ମଲ୍ଲୀକାପୁର ପଞ୍ଚାୟତରୁ ଦୁର୍ନୀତି ଲୋପ କରିବା ପାଇଁ ରାମ ହିଁ ଏକମାତ୍ର ବିକଳ୍ପ କହିଲେ ଗୌତମ ରାୟ

ଦଶରଥପୁର(ସମୃଦ୍ଧଓଡିଶା)ମଲ୍ଲୀକାପୁର ପଞ୍ଚାୟତରୁ ଦୁର୍ନୀତି ଲୋପ କରିବା ପାଇଁ ରାମ ହିଁ ଏକମାତ୍ର ବିକଳ୍ପ କହିଲେ ଗୌତମ ରାୟ | ଯାଜପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ଧିରେ ଧିରେ ଶକ୍ତି ବୃଦ୍ଧି ହେଉଥିବା ଦେଖିବାକୁ ମିଳିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ତଥା ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ଉପରେ ଭରଷା ବିଶ୍ୱାସ କରି ଯାଜପୁର ନିର୍ବାଚନ ମଣ୍ଡଳୀରେ ଅନେକ ପଞ୍ଚାୟତରେ ଏବେ ଅନ୍ୟ ଦଳର କର୍ମୀ ଓ ନେତା ମାନେ ବିଜେପିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି | ଏହି ପରିପ୍ରେକ୍ଷୀରେ ରବିବାର ସନ୍ଧ୍ୟରେ ଖୋଦ ଦଶରଥପୁର ବ୍ଲକ ଅଧକ୍ଷ ଦିଗମ୍ବର ମଲ୍ଲିକଙ୍କ ପଞ୍ଚାୟତ ମଲ୍ଲୀକାପୁର ପଞ୍ଚାୟତରେ ବରିଷ୍ଠ ବିଜେଡି ଯୁବ ନେତା ତଥା ପ୍ରାକ୍ତନ ସରପଞ୍ଚ ରାମଚନ୍ଦ୍ର ମଲ୍ଲିକ ଓ ମଲ୍ଲୀକାପୁର ପଞ୍ଚାୟତର ପ୍ରାକ୍ତନ ସମିତି ସଭ୍ୟ ଗଗନ ସୁତାରଙ୍କ ନେତୃତ୍ୱରେ ପ୍ରାୟ ୭୦୦ରୁ ଉର୍ଦ୍ଧ ବିଜେଡି କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ | ରାମଚନ୍ଦ୍ର ମଲ୍ଲିକ ଓ ଗଗନ ସୁତାରଙ୍କ ବିଜେପିରେ ଯୋଗ ଦେବା ପରେ ମଲ୍ଲିକାପୁର ପଞ୍ଚାୟତ ଏକ ପ୍ରକାର ପଦ୍ମ ମୟ ହୋଇଯାଇ ଥିବା କଥା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି | ସୂଚନା ଯୋଗ୍ୟ ରାମ ଓ ଗଗନଙ୍କ ସମସ୍ତ ସମର୍ଥକ ବିଜେପିରେ ଯୋଗ ଦେଇଥିବା ସଭାରେ ଦେଖିବାକୁ ମିଳିଥିଲା | ବିଜେପିର ବରିଷ୍ଠ ନେତା ତଥା କୋରେଇ ପ୍ରଭାରୀ ସୁବାସ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଯାଜପୁର ବିଜେପି ଲୋକସଭା ପ୍ରାର୍ଥୀ ରବିନାରାୟଣ ବେହେରା ଓ ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟ ସେମାନଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ | ଆଜିର ଏହି ମିଶ୍ରଣ ପର୍ବରେ ୬ନମ୍ବର ଜୋନ ମଣ୍ଡଳ ସଭାପତି ଅଧର ଧଳ,୫ନମ୍ବର ଜୋନ ମଣ୍ଡଳ ସଭାପତି ନିରଞ୍ଜନ ସାହୁ ,ଦଶରଥପୁର ବ୍ଲକର ପ୍ରାକ୍ତନ ଅଧକ୍ଷ ରମେଶ ଚନ୍ଦ୍ର ସାମଲ, ବିଜେପି ଯାଜପୁର ଜିଲ୍ଲା ଉପସଭାପତି ସଞ୍ଜୟ ନାୟକ, ୬ ନମ୍ବର ଜୋନ ମଣ୍ଡଳର ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ସାମଲ, ଦୁଦୁରାଅନ୍ତା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ହିମାନ୍ଦ୍ରି ଭୂଷଣ କୁଅଁର, ଦଶରଥପୁର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଯୁବନେତା ଇନ୍ଦ୍ରଜିତ ଦାସ, ଧନଞ୍ଜୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ |
ରିପୋର୍ଟ : ରଜତ ମହାପାତ୍ର

Leave a Reply

Your email address will not be published. Required fields are marked *