ରାଜ୍ୟର ଉତ୍ତର ସୀମାରୁ କଂଗ୍ରେସର ଜନ ସଂପର୍କ ପଦଯାତ୍ରା ଆରମ୍ଭ, ଗାନ୍ଧୀଙ୍କ ଆତ୍ମା ପ୍ରତି ଗାଁରେ, ଯୁବ ଆତ୍ମଶୀଳ ଦ୍ୱାରା ବିକାଶ ସମ୍ଭବ : ନିରଞ୍ଜନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗାନ୍ଧୀ ଜୟନ୍ତୀରୁ ଗୋପବନ୍ଧୁ ଜୟନ୍ତୀ ୮ ଦିନ ବ୍ୟାପୀ ଜଳେଶ୍ୱର କଂଗ୍ରେସ ଜନ ସଂପର୍କ ପଦଯାତ୍ରର ଆରମ୍ଭ କରିଛି । ଆଜି ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଉପାନ୍ତ ନଛିମପୁର ପଂଚାୟତର ଆମ୍ବଳିଅଠା ଗାଁରେ ଉଦ୍‌ଘାଟନ କରିଛନ୍ତି । କଂଗ୍ରେସର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ୫ ଦଫା ଦାବି ନେଇ ସିଦ୍ଧାନ୍ତ ହୋଇଛି । ଏଥିରେ ଉଦ୍‌ବୃତ୍ତ ବର୍ଷାପାଣି ଓ ସୁବର୍ଣ୍ଣରେଖା ନଦୀର ବନ୍ୟାପାଣି ନିଷ୍କାସନ ଲାଗି ଏକ ମାଷ୍ଟର ପ୍ଲାନ, ସୁବର୍ଣ୍ଣର୍ରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ, ବର୍ଷା ଓ ବନ୍ୟାପରେ ପର୍ଯ୍ୟାପ୍ତ ପଲିଥିନ ଯୋଗାଣ, ପରେ ସେମାନଙ୍କୁ ଆବାସ ଯୋଜନାରେ ସାମିଲ, କାଳିଆ ଯୋଜନାରେ ସବୁ ଚାଷୀଙ୍କୁ ସାମିଲ ସହିତ ଜାତୀୟ ଓ ରାଜ୍ୟ ରାଜପଥର ଦୁଇପାଶ୍ୱର୍ରେ ଥିବା ନୟନଯୋରୀ ପୁନଃଉଦ୍ଧାର କରିବାକୁ ଦାବି କରିଥିଲେ । ରାଜ୍ୟ ସଂପାଦକ ସତ୍ୟଶିବ ଦାସ ରାଜ୍ୟର ଉତ୍ତର ଉପାନ୍ତରୁ ଏପରି ସଚେତନତା ତଥା ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଥିବାରୁ ଦକ୍ଷିଣ ସୀମାନ୍ତ ପର୍ଯ୍ୟନ୍ତ ଏହା ପହଞ୍ଚି ଏହା ଏକ ଇତିହାସ ସୃଷ୍ଟି କରିବ ବୋଲି କହିଥିଲେ । ସୁବର୍ଣ୍ଣରେଖା ସଂସ୍କାର ଯୋଜନା ୨୦୦୮ ମସିହା ଉପା ସରକାର ସମୟରେ ଆରମ୍ଭ ହୋଇଥିବା ବେଳେ ଏବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିପାରୁ ନାହିଁ । ଫଳରେ ୫ଟି ବ୍ଳକର ବ୍ୟାପକ କ୍ଷତି ଘଟିଆସୁଥିବା କହିଥିଲେ । ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସର ତ୍ୟାଗ ଫଳରେ ଭାରତର ସ୍ୱାଧୀନତା ପ୍ରାପ୍ତି ହୋଇଥିବା ବେଳେ ଆଜି ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜନ୍ମ ଦିବସରୁ ଏପରି ଏକ ଜନସଚେତନତା ଆରମ୍ଭ ହୋଇଥିବା ସଂପର୍କରେ କହିଥିଲେ । ଗାନ୍ଧୀଙ୍କ ଅହଂସା ଓ ଆଦର୍ଶ ନିତୀକୁ ଗ୍ରହଣ କରି ଦେଶ ସ୍ୱାଧିନତା ହୋଇଥିବା ବେଳେ ସ୍ୱାଧିନ ଭାରତର ଆତଙ୍କବାଦ ଭାବେ ନାଥୁରାମ ଗଡସେଙ୍କ କାର୍ଯ୍ୟକୁ ନିନ୍ଦନୀୟ ବୋଲି କହିଥିଲେ । ଏବେ ସରକାର ପ୍ରଚାର, ପ୍ରତିଶୃତି ଓ ପ୍ରତାରଣା ମଧ୍ୟରେ ଶାସନ କରୁଥିବା କହିବା ସହିତ ଦେଶର ୧୫ଟି ପରିବାର ୯୦ଭାଗ ଧନ ସଂପତ୍ତି ହାତରେ ଧରି ବସିଥିବା ସୂଚନା ଦେଇଥିଲେ । ଜିଲା ସଭାପତି ସଂଜୀବ କୁମାର ଗିରି, ଜିଲା ସଂପାଦକ ସ୍ମାରକ ଦାସ, ନାରୀ ନେତ୍ରୀ ରାଧାରାଣୀ ପାତ୍ର, ସରପଂଚ ଦୀପାଳୀ ଜେନା, ସଦସ୍ୟା ଜ୍ୟୋତ୍ସା ଜେନା, ରିଆଜ ଖାଁ, ଗିରିଜା ଶଂକର ଦାସ, ସପନ ଜେନା, ତ୍ରିଲୋଚନ ନାୟକ, ଚିତ୍ତରଞ୍ଜନ ପରିଡା ବକ୍ତବ୍ୟ ରଖିଥିବା ବେଳେ ବ୍ଳକ ସଭାପତି ରାଜୀପ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା