ଗାନ୍ଧି ଜୟନ୍ତୀ ଅବସରରେ ବିଜେଡିର ମେଗା ରକ୍ତଦାନ ଶିବିର : ୨୧୦ ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗାନ୍ଧି ଜୟନ୍ତୀରୁ ୧ ମାସ ବ୍ୟାପି ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ଗ୍ରାମାଂଚଳ ପରିସ୍କାର ପରିଛନ୍ନତା ଓ ବିଭିନ୍ନ ସ୍ଥାନରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ବିଜେଡି ପକ୍ଷରୁ ଆଜି ମାଳିପାଳସ୍ଥିତ ସୁରେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରକୁ ସଫେଇ କରାଯିବା ସହିତ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସରପଂଚ ସତ୍ୟରଂଜନ ଦାସ ସଭାପତିତ୍ୱ କରିଥିଲେ । ବିଧାୟକ ଅଶ୍ୱନୀ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରକ୍ତର ବିକଳ୍ପ ନ ଥିବାରୁ ଦୁର୍ଘଟଣା, ପ୍ରସୂତୀଙ୍କ ଲାଗି ଓ ଥେଲାସେମିଆ ରୋଗୀଙ୍କ ଆବଶ୍ୟକତାକୁ ଲକ୍ଷ କରି କର୍ମୀମାନେ ସ୍ୱେଚ୍ଛାକୃତ ରକ୍ତଦାନ କରିବା ଉଚିତ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନସ ଜେନା ଜୀବନବିନ୍ଦୁ କାର୍ଯ୍ୟକ୍ରମର ନିର୍ବାଚନ ମଣ୍ଡଳି ସଭାପତି, ଶ୍ରୀରାମପୁର ସରପଂଚ ଆରତୀ ଗିରି, ଭୂପତି ମିର୍ଦ୍ଧା, ବିନ୍ଦୁବାଳା ନନ୍ଦି, ରଂଗଲତା ଆଚାର୍ଯ୍ୟ, ଅଂଜଳି ବାରିକ, ତପନ ଦାସ, ଅମର ଆଚାର୍ଯ୍ୟ, ବିଦ୍ୟାଧର ମଲ୍ଲିକ, ଜୟନ୍ତ ଦାସ ଅଧିକାରୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ଆଲୋକ ଗିରି, ସୁକ ମଲ୍ଲିକ, ରାମଚନ୍ଦ୍ର ଘୋଷ, ବିଜୟ ଘୋଷ, ସଦାନନ୍ଦ ଘୋଷ, ବସନ୍ତ ମଲ୍ଲିକ, ଦୀନକୃଷ୍ଣ ମଲ୍ଲିକ, ଶୀବାନୀ ମଲ୍ଲିକ, ନିରଞ୍ଜନ ମଲ୍ଲିକ, ଦେବୁ ଘୋଷ, କେଦାର ଘୋଷ, ପ୍ରବୋଧ ବାରିକ, ଜନ୍ମେୟଜୟ ଘୋଷ, କମଳଲୋଚନ ପାତ୍ର, ଅନୀଲ ବାରିକ, ମୃତ୍ୟୁଞ୍ଜୟ ଜେନା, ନିର୍ମାଳ ଦାସ, ସୁକୁମାରେ ସରେନ୍‌, ନଗେନ୍ଦ୍ର ଜେନା, କେଦାର ଜେନା, ଅଂଜନ ଘୋଷ, ମୁକାନ୍ଦ ଜେନର, ସୁରଞ୍ଜନ ଘୋଷ, କାଳିଚରଣ ମାରାଣ୍ଡି, ସୁଧାଂସୁ ଦତ୍ତ ପ୍ରମୁଖ ପରିଚାଳ ନା କରିଥିଲେ । ଏଥିରେ ୨୧୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା ।

ରିପୋର୍ଟ : ଭୂପତି ପରିଡା