ଆହ୍ୱାନ ଫାଉଣ୍ଡେସନ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମ୍ବର୍ଦ୍ଧନା ଓ ସମ୍ମାନ ପ୍ରତ୍ସୋହନ ଯୋଗାଏ, ଅଧିକ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ ପାଏ ବୋଲି ଆଜି ଆହ୍ୱାନ ଫାଉଣ୍ଡେସନ ପକ୍ଷରୁ ଏହାର ମୁଖ୍ୟ ପ୍ରଶାନ୍ତ କୁମାର ବାରିକ ଏଠାରେ ସୂଚନା ଦେଇଛନ୍ତି । ଏହି ଅବସରରେ ଜଳେଶ୍ୱରରେ ଗତ ଲକ୍‌ଡାଉନ୍‌, ସଟ୍‌ଡାଉନ୍ ସମୟରେ ନିଜକୁ ବିପଦକୁ ଠେଲି ଅନ୍ୟକୁ ସହାୟତା କରିଥିବାରୁ ଆଜି ନାମ୍ପୋ ଫାଣ୍ଡି ଏଏସ୍‌ଆଇ ଉମାକରନ୍ତ ମହାପାତ୍ର ନାରାୟଣ ମିଶ୍ର, ଭାନୁଚରଣ ମାଝୀ, ସୁନ୍ଦା ସାମନ୍ତ ରାୟ, ଟୁଟୁ ପାତ୍ର ଓ ସାମ୍ବାଦିକ ରଞ୍ଜନ କୁମାର ବେହେରା, ରାଧାଗୋବିନ୍ଦ ଦାସ, ସତ୍ୟବ୍ରତ ପ୍ରଧାନ ଓ ଅବନୀ ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଫାଣ୍ଡି ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଗୋଟିଏ ବୃକ୍ଷ କୋଟିଏ ଜୀବନ ସ୍ଲୋଗାନ ଦେଇ ଗଛ ଲଗାଇବା ଭବିଷ୍ୟତ ପାଇଁ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିବେକାନନ୍ଦ ପ୍ରଧାନ, ମଳୟ ରଂଜନ ପାଣିଗ୍ରାହୀ, ଚନ୍ମୟ ପାଣିଗ୍ରାହୀ ଉପସ୍ଥିତ ଥିବା ବେଳେ ରାଜ୍ୟ ପ୍ରକଳ୍ପ ସଂଯୋଜକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଆଗାମୀ ଦିନରେ ଜଳେଶ୍ୱରରେ ସଚେତନତା ସୃଷ୍ଟି କରାଯିବ ବୋଲି କହିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା