ରାଇଜିଂଷ୍ଟାର କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦,୦୦୦/- ଟଙ୍କାର ସହାୟତା ରାଶି ପ୍ରଦାନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧକ କାର୍ଯ୍ୟକ୍ରମମାନ ଗ୍ରହଣ କରୁ ଥିବା ବେଳେ ଏହାର ପୁର୍ଣ ମୁକାବିଲା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି । ଏଥିପାଇଁ ବିଭିନ୍ନ ସ୍ତରରୁ ରାଜ୍ୟ ସରକାରଙ୍କୁ ଆର୍ଥିକ ସହାୟତା ମିଳୁଥିବା ବେଳେ କରୋନା ଲକଡାଉନରେ ଗରିବ ଓ ଅଭାବୀ ଲୋକଙ୍କ ସହାୟତା ପାଇଁ ରାଇଜିଂଷ୍ଟାର କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଢେଙ୍କାନାଳ ଜିଲ୍ଲାପାଳଙ୍କ ଜରିଆରେ କ୍ଲବର ସଭାପତି ସନାତନ ରାଉଳ ୫୦,୦୦୦/- ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଏଥିରେ ସମ୍ପାଦକ ଗୁରୁପଦ ବିଶ୍ୱାଳ, ଉପସଭାପତି ରଶ୍ମିରଞ୍ଜନ ପାଢ଼ୀ, ମନୋଜ ପୃଷ୍ଟି ଓ କ୍ଲବର ସମସ୍ତ ସଦସ୍ୟ ସହଯୋଗର ପାତ୍ର ହୋଇଥିବା ଜଣାଯାଇଛି ।

ରିପୋର୍ଟ : ଶୁଭମ ପାଣି