ଅତିଶୀଘ୍ର ପାରଳାଖେମୁଣ୍ଡିରେ ଆରମ୍ଭ ହେବ କୋବିଡ଼ ହସ୍ପିଟାଲ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ସୀତାପୁର ଗ୍ରାମ ନିକଟରେ ଥିବା ସେଞ୍ଚୁରିଆନ ଉନଭେର୍ସିଟିର ଭାରତ ମାତା ଛାତ୍ରାବାସରେ ଦ୍ରୁତଗତିରେ କାର୍ଯ୍ୟ ଚାଲୁଚି କୋବିଡ଼ ହସ୍ପିଟାଲ । ବର୍ତ୍ତମାନ ହାଇ-ଟେକ ମେଡିକାଲରୁ ପ୍ରତ୍ୟେକ ଇନସ୍ଟୁମେଣ୍ଟ ଆସିଯାଇଥିବା ବେଳେ, ବର୍ତ୍ତମାନ ଜୋରସୋରରେ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । ଆଗାମୀ କିଛିଦିନ ମଧ୍ୟରେ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ହସ୍ପିଟାଲଟି ପ୍ରଥମେ ୧୦୦ଶଯ୍ୟା ବିଶିଷ୍ଟ ଓ ୪୦ଡାକ୍ତର ନିୟୋଜିତ ହେବ ବୋଲି ଜିଲାପାଳ ଅନୁପମ ସାହା ଜଣାଇଛନ୍ତି । ପରପର୍ତ୍ତି ସମୟରେ ବେଡ଼ ସଂଖ୍ୟା ବଢିବାର ବି ସମ୍ଭାବନା ରହିଥିବା ଜଣାଯାଇଛି । କାହିଁକି ନା କରୋନାକୁ ଆଖିଆଗରେ ରଖି ଏହିପରି ହସ୍ପିଟାଲ କରାଯାଇଛି । ଏହି କୋବିଡ଼ ହସ୍ପିଟାଲଟି ଓଡିଶା ସରକାର ଓ ହାଇ-ଟେକ ମେଡିକାଲ ମିଳିତ ଭାବେ କରିବାର ଯୋଜନା ରହିଛି ବୋଲି ଜଣାପଡିଛି ।

ରିପୋର୍ଟ : କୃଷ୍ଣ କୁମାର ବେହେରା