ଅପେରା ବନ୍ଦ ଯୋଗୁଁ ଦୁର୍ଗତିରେ କଳାକାର : ସହାୟତାଲାଗି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କୋରାନର ପ୍ରଭାବ ଓ ଲକ୍‌ଡାଉନ୍ ଯୋଗୁଁ ଏବେ ଓଡିଶାରେ ଥିବା ୭୦ରୁ ଅଧିକ ଯାତ୍ରା ଅନୁଷ୍ଠାନ ଏବେ ବନ୍ଦ ହୋଇଥିବାରୁ କଳାକାର ମାନେ ଦୁର୍ବିସହ ଜୀବନଯାପନ କରିଆସୁଛନ୍ତି । ଏ ଅଂଚଳର ଗାଁ ଗହଳିର ଯୁବକମାନେ ବିଭିନ୍ନ ଅପେରା, ନାଟ୍ୟାନୁଷ୍ଠାନରେ ରହି ଓଡିଶାର କଳା, ସାହିତ୍ୟ, ସଂସ୍କୃତିକ ବଂଚେଇ ରଖିବା ସହ ନିଶା ଓ ପେଷା ଭାବେ କାର୍ଯ୍ୟ କରିଆସୁଥିବା ପ୍ରାୟ ୧୦ହଜାରରୁ ଅଧିକ କଳାକାର ଏବେ ମହାମାରୀ କୋରାନା ଓ ସରକାରଙ୍କ ଲକ୍‌ଡାଉନ୍ ଘୋଷଣା ଯୋଗୁଁ ଘରେ ବସିରହିଛନ୍ତି । ଫଳରେ ପରିବାର ପ୍ରତିପୋଷଣ କଷ୍ଟସାଧ୍ୟ ହୋଇଛି ବୋଲି ଆଜି ଏଠାରେ ବାଲେଶ୍ୱର ଜିଲା କଳାକାର ସଂଘର ସଭାପତି ଗୌରାଙ୍ଗ ଚରଣ ଦାସ (ଗୌର) ଓ ସଂପାଦକ ପ୍ରଫୁଲ୍ଲ କୁମାର ଘୋଷ କହିଛନ୍ତି । କଳାକାର ସଂଘର ସଭାପତି ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଜଳେଶ୍ୱର ମ୍ୟୁନିସିପାଲଟିର ନନ୍ଦିକା ଗ୍ରାମ ବରିଷ୍ଠ ସଦସ୍ୟ ରାଧାକୃଷ୍ଣ ଗିରିଙ୍କ ବାସଭବନରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଅନ୍ୟତମ ସଦସ୍ୟ ଡ. ପଦ୍ମଲାଭ ପ୍ରଧାନ ଲିଗାଲ ଏଡଭାଇଜର ସୁକୁମାର ରଣା, ସତ୍ୟଗୋପାଳ ଗିରି, ଜଗନ୍ନାଥ ବେହେରା, ସଦାଶିବ ଆଇଚ, ରାମଚନ୍ଦ୍ର ବିଶ୍ୱାଳ, ଖଗେନ୍ଦ୍ର ଦାସ, ଅଚିନ୍ତ୍ୟ ସାହୁ, ଶଂକର ହୁଇ, ତପନ ମିଶ୍ର, ସରୋଜ ପରିଡା ପ୍ରମୁଖ ଉପସ୍ଥିତ କଳାକାର ମାନେ ସେମାନଙ୍କ ସାମ୍ପ୍ରତିକ ସ୍ଥିତି ସଂପର୍କରେ କହିଥିଲେ । ସେମାନେ ସାମାଜିକ ଦୂୀତ୍ୱକୁ ସମ୍ମାନ ଦେଇ ଏପରି ଏକ ଆଲୋଚନା କରିଥିବା ବେଳେ କଳାକାର ମାନଙ୍କ ଆର୍ଥୀକ ଦୁର୍ଗତି ସୁଧାରିବାଲାଗି ୩ମାସର ପାରିଶ୍ରମିକ ଦେବାକୁ ନିବେଦନ କରିଛନ୍ତି ।ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀକୁ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ ଚଳିତବର୍ଷ କୌଣସି ଯାତ୍ରାପାର୍ଟି ଚାଲୁନଥିବାରୁ ସେମାନେ କୌଣସି ରୋଜଗାର କରିପାରିବେ ନାହିଁ ବୋଲି କହିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା