ମ୍ୟୁନିସିପାଲଟିର ୧୨୪ଜଣଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗୃହହୀନ ହିତାଧିକାରୀଙ୍କୁ ଆବସ ଯୋଜନାରେ ଗୃହ ବଣ୍ଟନ ଯୋଜନାରେ ଆଜି ଗୁରୁବାର ମ୍ୟୁନିସିପାଲଟି ପରିସରରେ ୧୨୪ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ନିର୍ମାଣ ଲାଗି କାର୍ଯ୍ୟାଦେଶ ଦିଆଯାଇଛି । ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର ଉପସ୍ଥିତ ହିତାଧିକାରୀଙ୍କୁ ଉଦ୍‌ବୋଧନ ଦେଇ ଏପରି ଗୃହକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ୨ଲକ୍ଷ ଟଙ୍କା ମିଳିବ । କିନ୍ତୁ ୧୨୦ଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟଶେଷ କଲେ ୨୦ହଜାର ଟଙ୍କା ଓ ୧୮୦ଦିନ ମଧ୍ୟରେ କାର୍ଯ୍ୟ ଶେଷ କଲେ ୧୦ହଜାର ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମିଳିବା ସଂପର୍କରେ କହିଥିଲେ । ମାର୍ଚ୍ଚ ଶେଷ ସୁଦ୍ଧା ୧୯୯ ଜଣଙ୍କୁ ଏହି ଯୋଜନାରେ ଗୃହ ଯୋଗାଇବାର ଲକ୍ଷ୍ୟ ରଖି ପ୍ରଥମ ପର୍ଯ୍ୟାୟରେ ୧୨୪ଜଣଙ୍କୁ ଏହି କାର୍ଯ୍ୟାଦେଶ ଦିଆଯାଇଛି । ଅଦ୍ୟାବଧି ମୋଟ ୪୭୬ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୩୦୩ ହିତାଧିକାରୀଙ୍କ ଗୃହକାର୍ଯ୍ୟ ଶେଷ ହୋଇଥିବା ଶ୍ରୀ ଦାସମହାପାତ୍ର ସୂଚନା ଦେଇଛନ୍ତି । ସରକାରୀ ନିତୀ ନିୟମ ଅନୁଯାୟୀ ଗୃହ ନିର୍ମାଣ ଚାଲିଥିବା ବେଳେ କୌଣସି ଅସୁବିଧା ସୃଷ୍ଟି ହେଲେ ପ୍ରଶାସନର ଦୃଷ୍ଟି ଆକର୍ଷଣ ଲାଗି ସମସ୍ତ ଆଜି ଉପସ୍ଥିତଥିବା ସମସ୍ତ ହିତାଧିକାରୀମାନଙ୍କୁ ଅବଗତ କରାଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା