ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜମାଳପୁରଠାରେ ଥିବା ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ସମାଜସେବୀ ରାଜୀବ ପରିଡା ଏଥିରେ ଅଧ୍ୟକ୍ଷତା କରି ବିଦ୍ୟାଳୟଟି ଏକ ଆଧ୍ୟାତ୍ମିକ ଚିନ୍ତା ଚେତନାରେ ଆଗେଇ ଚାଲିଥିବା ବିଷୟରେ କହିଥିଲେ । ମୁଖ୍ୟ ଅତିଥି ଭାବେ ସିଆର୍‌ସିସି ସୁଧିର କୁମାର କର ଯୋଗଦେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସଚେତନ ହୋଇ ଦୃଢ ମନା ହେଲେ ସେମାନେ ଭଲ ମଣିଷ ହେବା ସହିତ ଶିକ୍ଷା କ୍ଷେତ୍ରରେ ଏକ ଆହ୍ୱାନ ସୃଷ୍ଟି କରିପାରିବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଜଗନ୍ନାଥ ଚେତନାର ପ୍ରଚାରକ ବ୍ରଜଗୋପାଳ ରାଉତ ଯୋଗ ଦେଇ ସାମ୍ପ୍ରତିକ ଶିକ୍ଷା ମାଧ୍ୟମରେ ସାମାଜିକ ପ୍ରଗତି ଓ ସଂସ୍କୃତକୁ ରକ୍ଷା କରିବା ଶିକ୍ଷକ ମାନଙ୍କର ଧର୍ମ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ସମାଜସେବୀ ପ୍ରଭାସ କୁମାର ପରିଡା, ଅବସରପ୍ରାପ୍ତ ଶିକ୍ଷକ ରାଧାକୃଷ୍ଣ ପ୍ରଧାନ, ସରପଂଚ ଶୁଭସ୍କିତା ଦାସ, ସୁଜାତା ବାଣ, ଅଧ୍ୟାପିକ ଇନ୍ଦୁମତୀ ଗିରି, ଓଡିଶା ଶିକ୍ଷା ପରିଷଦରର ସଂପାଦକ ବସନ୍ତ କୁମାର ଅଦିତ୍‌, ସାମ୍ବାଦିକ ଭୂପତି ପରିଡା ପ୍ରମୁଖ ଯୋଗ ଦେଇ ଛାତ୍ରେଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟା ଅତିଥି ପରିଚୟ ଦେଇଥିବା ବେଳେ ସଂପାଦକ ସିଦ୍ଧେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୌରଭ କୁମାର ବେହେରା, ଜ୍ୟୋତିରେଖା ବାଣ, ରୀତା ଜେନା, ଗୀତାଞ୍ଜଳି ସିଂ, ଦିପ୍ତିମୟୀ ଦାସମହାପାତ୍ର, ରଣ୍ମିରେଖା ଦାସ ପ୍ରମୁଖ ପରିଚାଳନା କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କର।।ଯାଇଥିଲା । ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା