ମୋ କଲେଜ ଯୋଜନାରେ ଦୀନକୃଷ୍ଣ ପୁରାତନ ଛାତ୍ରସଂଘ ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ଉଚ୍ଚଶିକ୍ଷା ବିଭାଗର ସିଦ୍ଧାନ୍ତ ଅନୁଯାୟୀ ଏବେ କଲେଜ ଗୁଡିକରେ ‘ମୋ କଲେଜ’ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ଏଥିଲାଗି ପୁରାତନ ଛାତ୍ରମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହେବାକୁ ଥିବାରୁ ଆଜି ଦୀନ କୃଷ୍ଣ କଲେଜ ପକ୍ଷରୁ ବରିଷ୍ଠ ଅଧ୍ୟାପକ ଚିତ୍ତରଂଜନ ଭଂଜଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରବିନାରାୟଣ ସାସମଲ ଅଧ୍ୟକ୍ଷତା କରିଥିଲେ । ଏଥିରେ ଆବାହକ ଶ୍ରୀ ଭଂଜ ସରକାରଙ୍କ ନିର୍ଦ୍ଦେଶ, ଆଭିମୁଖ୍ୟ ଓ ପୁରାତନ ଛାତ୍ର ସଂଘର କାର୍ଯ୍ୟକାରିତା ନେଇ ବିଷଦ ଆଲୋଚନା କରିଥିଲେ । ପୁରାତନ ଛାତ୍ର ସଂଘରେ ଅଧିକ ସଂଖ୍ୟାରେ ସଂଶ୍ଳିଷ୍ଟ କରିବାପାଇଁ ଚଳିତମାସ ୨୦ରୁ ୨୫ତାରିଖ ମଧ୍ୟରେ ଅନ୍ୟଏକ ବୈଠକ ଅନୁଷ୍ଠିତ ହେବାଲାଗି ଯୋଗଦେଇଥିବା ପୁରାତନଛାତ୍ରମାନଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ସର୍ବସମ୍ମତଭାବେ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରାଧ୍ୟାପକ ସୁଧାଂଶୁ ସେଖର ଗିରି, ଡ. ରମାକାନ୍ତ ଭଞ୍ଜ, କମଳାକାନ୍ତ ଚନ୍ଦ, ଡ. ଉଜ୍ଜଳ କୁମାର ପଣ୍ଡା, ଡ. ନବକୃଷ୍ଣ ଦେ, ଡ. ରଜନୀ କାନ୍ତ ଭୂୟାଁ, ରାଧାରଂଜନ ସେନାପତି, ପ୍ରଭାତ କୁମାର କୁଅଁର, ଜୟନ୍ତ କୁମାର ଭୂୟାଁ, ରତନ କୁମାର କର, ଗୋପାଳ ପ୍ରସାଦ, ଡ. ଅକ୍ଷୟ କୁମାର ଦାସମହାପାତ୍ର, ଡ. ଲଳିତ ରଂଜନ ସେନାପତି, ଅବନୀ ଚାନ୍ଦ ଓ ରବିନାରାୟଣ ପାତ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ବୈଠକରେ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେବାକୁ ଅଧ୍ୟକ୍ଷ ଡ. ସାସମଲ ଅନୁରୋଧ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା