ମୌସୁମୀର ଲୋଚକାଳି ଖେଳ : ଜମିରେ ଚରୁଛି ଗୋରୁ ଗାଈ, ଚାଷୀ ହତାଶ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ସୂବର୍ଣ୍ଣରେଖାର ନଦୀ କୂଳ ଅଞ୍ଚଳ ବାଇଗଣବାଡ଼ିଆ, ଝାଡ଼ପିମ୍ପଳ, ପଶ୍ଚିମବାର୍ଡ, ଗଡ଼ସାହି ବାଲିଆପାଳ, ପାଇକସିଦା, କୋଟସାହି ଓ ରା.ରା.ପୁର ଗ୍ରାମ ପଞ୍ଚାୟତ ଓ ବସ୍ତା ବ୍ଲକର ଚୋରମରା ପଞ୍ଚାୟତର ବହୁ ଗୋଡ଼ିଏ ଗ୍ରାମରେ ଚାଷୀ ବର୍ଷା ଅଭାବରୁ ଚାଷ କରି ପାରିଲେ ନାହିଁ, ଯାହାକି ଜମିରେ ଗାଈ ଗୋରୁ ଚରୁଥିବା ଦେଖିବାକୁ ମିଳିଛି । ଏ ବର୍ଷ, ବର୍ଷାର ପରିମାଣ ସ୍ଵାଭାବିକ ଠାରୁ କମ ହୋଇଥିବା ଓ ଏହି ପଞ୍ଚାୟତ ଗୋଡ଼ିକ ନଦୀ ଶୁସା ଅଞ୍ଚଳ ହୋଇ ଥିବାରୁ, ଜମିରେ ପାଣି ରହେ ନାହିଁ, ତେଣୁ ବହୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଲେଣି । ବର୍ଷାକୁ ଚାହିଁ ଚାହିଁ ଚାଷୀ ଶେଷରେ ଜମିରେ ପରିବା ଚାଷ ମଧ୍ୟ କରି ପାରିଲେ ନାହିଁ । ଅନେକ ସ୍ଥାନରେ ଜଳସେଚନର ସୁବିଧା ନାହିଁ, କାଁ ଭାଁ ସ୍ଥାନରେ ଜଳସେଚନର ସୁବିଧା ଥିବା ଅଞ୍ଚଳରେ କେବଳ ଧାନ ବେଉଷଣ  ହେବା ଦେଖିବାକୁ ମିଳିଛି ।  

ରିପୋର୍ଟ : ଭୂପତି କୁମାର ପରିଡା