ଜନ୍ମ କଲା ପାଞ୍ଚ ପୁଅ କଲେ ସାତ ପର : ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ବୃଦ୍ଧ ଦମ୍ପତି…

ଭଞ୍ଜନଗର/ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) ବାର୍ଦ୍ଧକ୍ୟ ଯେ ଏକ ଅବସ୍ଥା ତାହା ମାନିବାକୁ ପ୍ରସ୍ତୁତ ନୁହନ୍ତି ରଘୁନାଥଙ୍କ ପାଞ୍ଚ ପୁଅ ବୋହୂ । ପରିଣତ ବୟସରେ ପକ୍ଷାଘାତ ରୋଗାକ୍ରାନ୍ତ ସ୍ୱାମୀ ଓ ସ୍ତ୍ରୀଙ୍କୁ ବି ଭଲ ସେ ଶୁଭୁନି ଏହି ଭଳି ଅବସ୍ଥାରେ ଆଶ୍ରୟ ଟିକିଏ ପାଇଁ ଡହକ ବିକଳ ହେଉଛନ୍ତି ବୃଦ୍ଧା ଦମ୍ପତି । ଜୀବନର ଦୋଛକିରେ ଦିନକୁ ଦୁଇମୁଠା ଖାଇବାକୁ ସଂଘର୍ଷ କରୁଛନ୍ତି ବୃଦ୍ଧ ଦମ୍ପତି । ପେଟ ଚିରି ଜନ୍ମଦେଇ ହାତ ଧରି ଚାଲିବା ଠୁ ଉଚ୍ଚ ଶିକ୍ଷିତ କରି ଖାଇବା ଶିଖେଇ ଥିବା ବାପାମାଙ୍କୁ ପାଦରେ ଆଡେଇ ଦେଇଛନ୍ତି ସ୍ୱାର୍ଥପର ପୁଅ, ବୋହୂ । ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଛାମୁଣ୍ଡା ଗ୍ରାମର ରଘୁନାଥ ନାୟକ ଓ କମଳା ନାୟକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁଯାୟୀ, ରଘୁନାଥଙ୍କ ପାଞ୍ଚ ପୁଅ ଅଛନ୍ତି । ସମ୍ପତ୍ତି କହିଲେ ୮୦ ଭରଣ ଚାଷ ଜମି, ପଦର, ପାଞ୍ଚଟି ପକ୍କାଘର ଅଛି । ଜମି ବାରି, ଘର ଦ୍ୱାର ଭାଗ କରି ବାପା ମାଙ୍କୁ ମଧ୍ୟ ଭାଗ କରି ପାଳି କରିଦେଲେ । ହେଲେ ମୁଠାଏ ଖାଇବାକୁ ନ ଦେବାରୁ ବାରମ୍ବାର ଥାନାକୁ ଆସୁଛନ୍ତି ଦମ୍ପତି । ଥାନା ବାବୁଙ୍କ ବୁଝାସୁଝା ପରେ ଘରକୁ ନେଇଯାଇ ଠିକ୍ ଠାକ୍ କିଛି ଦିନ ଚାଲିଲା । ପରେ ପୁଣି ପୁଅ ବୋହୂ ଦି’ଓଳି ଖାଇବାକୁ ନ ଦେଇ ତୁମେ କିଏ ଆମ୍ଭେ ଚିହ୍ନି ନ ଥିବା କହି ଘରୁ ବିତାଡିତ କରି ଦେବାରୁ ବେସାହାରା ହୋଇ ପଡିଛନ୍ତି ବୃଦ୍ଧ ଦମ୍ପତି । ହେଲେ ପାଞ୍ଚ ପୁଅ ଥାଇ ମଧ୍ୟ କେହି ଜଣେ ମଧ୍ୟ ବାପାମାଙ୍କୁ ପଚାରୁ ନ ଥିବା ଅଭିଯୋଗ ହୋଇଛି । ପ୍ରତ୍ୟେକ ବର୍ଷ ଚାଷ ଜମିରୁ ଯାହା ଟଙ୍କା ରୋଜଗାର ହେଉଛି ପାଞ୍ଚ ପୁଅ ସବୁ ବାଣ୍ଟିକଣ୍ଟି ନେଇଯାଉଛନ୍ତି । କିନ୍ତୁ ଜନ୍ମକଲା ବାପା ମାଙ୍କୁ ଦୁଇ ଓଳା ଖାଇବାକୁ ଦେବାକୁ ମୁହଁ ଫେରାଇ ନେଉଛନ୍ତି ସ୍ୱାର୍ଥପର ପୁଅ, ବୋହୂ । ଯେଉଁ ପୁଅ ମାନଙ୍କୁ ବହୁ କଷ୍ଟକର ମଣିଷ କରିଥିଲେ ଏବଂ ତାଙ୍କ ପାଇଁ ସମ୍ପତ୍ତି ରଖିଥିଲେ ଆଜି ସେହି ପୁଅମାନେ ବୃଦ୍ଧ ସମୟରେ ହାତ ଛାଡିଦେଲେ । ଯାହାଫଳରେ ନ୍ୟାୟପାଇଁ ଠିକ୍ ସେ ଚାଲିପାରୁ ନଥିବା ଅନ୍ୟ ଲୋକଙ୍କ ସାହାଯ୍ୟ ରେ କଷ୍ଟେମଷ୍ଟେ ଜଗନ୍ନାଥପ୍ରସାଦ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏହି ବୃଦ୍ଧ ଦମ୍ପତି ।

ରିପୋର୍ଟ : ନିଲୁ ବିଷୋୟୀ