କୋଟସାହି ପଞ୍ଚାୟତର ଗୋବର୍ଦ୍ଧନପୁରରେ ଅଧିକ ସ୍ୱାବ ପରୀକ୍ଷା ପାଇଁ ଦାବୀ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ କୋଟସାହି ଗ୍ରାମ ପଞ୍ଚାୟତର ଗୋବର୍ଦ୍ଧନପୁର ରାଜସ୍ୱ ଗ୍ରାମ ଅଧିନ ପାଟଣାସାହି ପଡ଼ା ଗ୍ରାମରେ ଜଣେ ମହିଳାଙ୍କର କରୋନା ପଜିଟିଭ ବାହାରି ଥିବା କଥା ପ୍ରଚାର ହେବା ପରେ, ଉକ୍ତ ଗ୍ରାମରେ ଜନସାଧାରଣ ଭୟଭୀତ ହୋଇ ଯାଇ ଥିବା ଜଣାପଡ଼ିଛି । ଘଟଣା ରୁ ଜଣା ପଡ଼ିଛି ଯେ, ଉକ୍ତ ଗ୍ରାମର ମହିଳା ଜଣଙ୍କର ଟ୍ୟୁମର ହୋଇ ଥିବାରୁ ପଶ୍ଚିମବଙ୍ଗ ର ଜୈନକ ଚିକିତ୍ସକଙ୍କ ଠାରେ ଚିକିତ୍ସା ହେଉଥିଲେ, ମାତ୍ର ତାଙ୍କର ଦେହ ଅଧିକ ଖରାପ ହେବାରୁ, ସେ ଚିକିତ୍ସକ ତାଙ୍କୁ ଅନ୍ଯତ୍ର ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ । ତଦନୁଯାୟୀ ଘର ଲୋକ ତାଙ୍କୁ ଗତ ଶନିବାର ଦିନ ବାଲେଶ୍ଵର ବଡ଼ ଡାକ୍ତରଖାନାକୁ ଚିକତ୍ସା ପାଇଁ ନେଇ ଯାଇଥିଲେ । ସେଠାରେ ତାଙ୍କୁ ଡାକ୍ତର କୋଭିଡ ପରୀକ୍ଷା କରାଇ ଥିଲେ ଓ ପଜିଟିଭ ବାହାରିବାରୁ ସେ ବର୍ତ୍ତମାନ ବାଲେଶ୍ଵରସ୍ଥିତ ଜ୍ୟୋତି ହସପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏଠାରେ ସେ ମହିଳା ଜଣଙ୍କ ଘର ଲୋକ ସହିତ ମିଶି ଥିବା ଓ ଘର ଲୋକ ଗ୍ରାମର ବହୁ ଲୋକଙ୍କ ସହିତ ମିଶି ଥିବା ଯୋଗୁଁ ଗ୍ରାମବାସୀ ମାନେ ଏକ ପ୍ରକାର ଭୟଭୀତ ଥିବା ଦେଖାଯାଇଛି ଓ ଉକ୍ତ ଗ୍ରାମରେ ସେ ମିଶି ଥିବା କେତେକ ବ୍ୟକ୍ତି ଓ ପରିବାର ବର୍ଗଙ୍କୁ ପରୀକ୍ଷା କରିବାକୁ  ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପାଇଁ ଦାବୀ ହେଉଛି ।

ରିପୋର୍ଟ : ଭୂପତି କୁମାର ପରିଡା