ମୃତ ଶିକ୍ଷା କର୍ମଚାରୀଙ୍କୁ ଓଷ୍ଟା ପକ୍ଷରୁ ସହାୟତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଳକ ଅନ୍ତର୍ଗତ ମାଧବଚନ୍ଦ୍ର-ଶିବନାରାୟଣ ନୋଡାଲ ବିଦ୍ୟାଳୟର କର୍ମଚାରୀ କାର୍ତ୍ତୀକ ଚନ୍ଦ୍ର ଦେଙ୍କ ଅକାଳ ବିୟୋଗରେ ଓଷ୍ଟା ପକ୍ଷରୁ ୫ହଜାର ଟଙ୍କାର ସହାୟତା ରାଶି ଦିଆଯାଇଛି । ଶନିବାର ଅପରାହ୍ନରେ ଆୟୋଜିତ ସଭାରେ ଜିଲା ଓଷ୍ଟା ସମ୍ପାଦକ ତଥା ଅନୁଷ୍ଠାନର ପ୍ରଧାନ ଶିକ୍ଷକ ମନୋରଂଜନ ଦାସ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ପ୍ରଧାନ, ଓଷ୍ଟାର ପୂର୍ବତନ ସଂପାଦକ ଶଶାଙ୍କ ଶେଖର ମହାନ୍ତି, ଓଷ୍ଟାର ବ୍ଲକ ସଭାପତି ସୁକୁମାର ମିଶ୍ର, ବ୍ଲକ ସଂପାଦକ ଡ. ଅଜିତ୍ କୁମାର ମହାନ୍ତି, ହରେକୃଷ୍ଣ ଜେନା, ପ୍ରଦୀପ କୁମାର ପ୍ରଧାନ, ମନୋରଂଜନ ଦତ୍ତ, ପ୍ରଫୁଲ୍ଲ କୁମାର ପ୍ରଧାନ, ପ୍ରଦୀପ କୁମାର ଗିରି ପ୍ରମୁଖ ଏହି ସଭାରେ ଯୋଗ ଦେଇ ସ୍ୱର୍ଗତ ଦେଙ୍କର ସ୍ମୃତି ଚାରଣ କରିଥିଲେ । ଫଟୋଚିତ୍ରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସ୍ୱର୍ଗତ ଦେଙ୍କ ପୁଅଙ୍କୁ ଏହି ସହାୟତା ପ୍ରଦାନ କରାଯାଇଥିଲା ।

ରିପୋର୍ଟ : ଭୂପତି ପରିଡା