ଚଳାଚଳ କରିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ଓ ଡିଏମ୍‌ୟୁ ଲୋକାଲ ଟ୍ରେନ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୨୦୨୦ମାର୍ଚ୍ଚ ୨୫ ତାରିଖରୁ କରୋନା ସଂକ୍ରମଣ ଯୋଗୁଁ ରେଳବିଭାଗ ଯାତ୍ରୀଟ୍ରେନ୍ ଗୁଡିକ ବନ୍ଦ ରଖିଥିଲେ । ବନ୍ଦ ହୋଇଥିବା ବିଭିନ୍ନ ରେଳଗାଡି ମଧ୍ୟରୁ ଆସନ୍ତା ୭ ତାରିଖରୁ ଏକ ଲୋକାଲ ଟ୍ରେନ୍ (୬୮୦୪୯/୪୮୦୫୦) ସ୍ୱତନ୍ତ୍ରଭାବେ ଖଡଗପୁରରୁ ଭଦ୍ରକ ଯାଏ ଚଳାଚଳ କରିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ହାଓଡା-ପୁରୀ ଜଗନ୍ନାଥ ସ୍ପେଶାଲ (୦୮୪୦୯/୦୮୪୧୦) ଟ୍ରେନ୍‌ଟି ଆସନ୍ତା ୧୫ ତାରିଖରୁ ଚଳାଚଳ କରିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ । ଖଡଗପୁର-ଭଦ୍ରକ ମେମୋ ଲୋକାଲ ଟ୍ରେନ୍ ୭ ତାରିଖ ସକାଳ ୫.୩୧ ଖଡଗପୁର ରୁ ଛାଡି ୮.୫୫ରେ ଭଦ୍ରକ ପହଞ୍ଚିବ ଓ ଅପରାହ୍ନ ୧.୨୫ ଭଦ୍ରକରୁ ଛାଡି ୫.୫୦ରେ ଖଡଗପୁର ପହଞ୍ଚିବ । ଏହି ଟ୍ରେନ୍‌ଟି ଜଳେଶ୍ୱର ରେଳ ଷ୍ଟେସନରେ ଯଥାକ୍ରମେ ସକାଳ ୬.୪୦ ଓ ଅପରାହ୍ନ ୩.୩୪ରେ ପହଞ୍ଚିବ ବୋଲି ଜଣାଯାଇଛି । ସେହିପରି ଜଗନ୍ନାଥ ସ୍ପେଶାଲ ଟ୍ରେନ ୧୫ ତାରିଖ ରାତି ୧୦.୪୦ରେ ପୁରୀ ଛାଡି ଜଳେଶ୍ୱରରେ ୪.୨୧ ଓ ୧୬ ତାରିଖ ସଂଧ୍ୟା ୭.୦୫ରେ ହାଓଡା ଛାଡି ଜଳେଶ୍ୱରରେ ୧୦.୦୪ରେ ପହଞ୍ଚିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ରିପୋର୍ଟ : ଭୂପତି ପରିଡା