ପତଞ୍ଜଳି ଯୋଗ ସମିତି ଦ୍ୱାରା ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ କ୍ଷୁଦିଆ ମାଝିସାହି ପଞ୍ଚାୟତ କବି ଦୀନକୃଷ୍ଣ ସ୍ମୃତିପୀଠ ମୁଣତୁଣିଆରେ ପତଞ୍ଜଳି ଯୋଗ ସମିତି ଦ୍ୱାରା ଏକ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲେଶ୍ୱର ଯୋଗ ସମିତିର ପ୍ରଚାରକ ମୁକ୍ତିକାନ୍ତ ପାଣିଗ୍ରାହୀ, ଯୋଗ ପ୍ରଭାରୀ ମନୋଜ ଦେ, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ପୂର୍ବତନ ସରପଂଚ କ୍ଷୀତିଶ ଦେ, ଜ୍ୟୋସ୍ନା ଅଧିକାରୀ, ତପନ ସାହୁ, ସୁଶାନ୍ତ ଘୋଷ, ଚନ୍ଦନ ପାଳ ଓ ସୁଜିତ୍ ପାଳ ପ୍ରମୁଖଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୋଟ ୫୧ ୟୁନିଟ୍ ସଂଗୃହିତ ହୋଇଥିଲା । ରକ୍ତ ଭଣ୍ଡାରର ଡାକ୍ତର ମହେସ ବିଶ୍ୱାଳ, ଅକ୍ଷୟ ଜେନା, ବସନ୍ତ ଜେନା, ଅଜୟ ମହାପାତ୍ର, ରାଜେଶ ମିଶ୍ର, ହରିଶ ମହାପାତ୍ର ପ୍ରମୁଖ ରକ୍ତ ସଂଗ୍ରହରେ ସହାୟତା କରିଥିଲେ ।

ରିପୋର୍ଟ : ଭୂପତି ପରିଡା