ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଭି ସି ମାଧ୍ୟମରେ ଯୁବଗୋଷ୍ଟିଙ୍କୁ ଗୁରୁମନ୍ତ୍ର ଦେଲେ ଭି.କେ ପାଣ୍ଡିୟାନ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଆଜି ବିଜୁ ଜନତା ଦଳର ଯୁବ ବିଜେଡ଼ି କର୍ମୀ ସମ୍ମିଳନୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭିଡିଓ କନଫରେନ୍ସ ମାଧ୍ୟମରେ ଭି କେ ପାଣ୍ଡିଆନ ଯୁବ କର୍ମୀମାନଙ୍କୁ ବିଜେଡିର ଭୋଟ କିପରି ଆହୁରି ବୃଦ୍ଧି ପାଇବ ସେ ନେଇ ଗୁରୁମନ୍ତ୍ର ଦେଇଥିଲେ । ଏଥିରେ ଆସିକା ଲୋକସଭା ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କ ସମେତ କୃଷି ବିପଣନ ବୋର୍ଡ ଅଧକ୍ଷ ସୁରେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେଡି ସମ୍ପାଦକ ଦେବାନନ୍ଦ ମହାପାତ୍ର, ହିଞ୍ଜିଳିକାଟୁ ପୌର ପରିଷଦର ଅଧକ୍ଷ ସୁବାସ ପଲେଇ, ଶେରଗଡ଼ ବ୍ଲକ୍ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ହିଞ୍ଜିଳିକାଟୁ ନଗର ଯୁବ ବିଜେଡ଼ି ସଭାପତି ସଞ୍ଜୟ ପଣ୍ଡା, ବ୍ଲକ୍ ଯୁବ ବିଜେଡ଼ି ସଭାପତି ମନୋଜ ସାବତ ଓ ସମସ୍ତ ଜିଲ୍ଲା ପରିଷଦ, ସରପଞ୍ଚ ଏବଂ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l ଶେରଗଡ଼ ବ୍ଲକ୍ ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବହୁ ବରିଷ୍ଠ ଯୁବ ବିଜେଡ଼ି ନେତା ମାନେ ଯୋଗ ଦେଇଥିଲେ ।

ରିପୋର୍ଟ୍ : ରଜତ ପଟ୍ଟନାୟକ

Leave a Reply

Your email address will not be published. Required fields are marked *