ମିଶ୍ର ଟ୍ୟୁଟୋରିଆଲ ନିର୍ଦେଶକଙ୍କ ପିତୃ ବିୟୋଗ

ନିମାପଡ଼ା,(ସମୃଦ୍ଧଓଡିଶା) ମଙ୍ଗଳବାର ଭୋରୁ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ୭ନମ୍ବର ୱାର୍ଡ ଅନ୍ତର୍ଗତ ଅଣ୍ଢିଆ ଶାସନ ବାସିନ୍ଦା ସନ୍ଧ୍ୟାରାଣୀ ଏଜୁକେଶନାଲ ଟ୍ରଷ୍ଟର ଟ୍ରଷ୍ଟି ମିଶ୍ର ଟ୍ୟୁଟୋରିଆଲ ନିର୍ଦେଶକଙ୍କ ପିତା ପ୍ରଭାତ ମିଶ୍ର ହୃଦଘାତରେ ୭୯ ବର୍ଷ ବୟସରେ ପରଲୋକ ଘଟିଛି l ସେ ଜଣେ ପରୋପକାରୀ,ଅମାୟିକ ଧର୍ମପରାୟଣ ବ୍ୟକ୍ତି ଥିଲେ l ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ମୃତ୍ୟୁ ଶଯ୍ୟାନିକଟରେ ସହଧର୍ମିଣୀ, ପୁତ୍ର, ପୁତ୍ରବଧୂ,ଦୁଇ ଝିଅ ଜ୍ୱାଇଁ ଓ ନାତିନାତୁଣୀ ଉପସ୍ଥିତ ଥିଲେ l ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଂଚଳର ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷମାନେ ବାସଭବନ ଯାଇ ପାର୍ଥୀବ ଶରୀରର ଶେଷ ଦର୍ଶନ କରିଥିଲେ l ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା l ଏକ ମାତ୍ର ପୁତ୍ର ଅୟସକାନ୍ତ ମିଶ୍ର ମୁଖାଗ୍ନି ଦେଇଥିଲେ l

ରିପୋର୍ଟ : ରଜତ ମହାପାତ୍ର