ବ୍ରହ୍ମପୁର MKCG MCHରେ ଆଇନଜୀବୀଙ୍କ ଚିକିତ୍ସାରେ ଅବହେଳା

ତା ୨୫.୦୩.୨୦୨୪ ରିଖ ରେ ଆଇନଜୀବୀ ଏବଂ ଗଞ୍ଜାମ ବାର ମେମ୍ବର ଶ୍ରୀ କୈଳାସ ଚନ୍ଦ୍ର ଗୌଡ ଜ୍ବରରେ ପିଡୀତ ଥାଇ ଅସୁସ୍ଥ ଅନୁଭବ କରିବାରୁ ସ୍ଥାନୀୟ ବ୍ରହ୍ମପୁର MKCG MCH କୁ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଯାଇଥିଲେ। ସେ ବହୁ ପରୀକ୍ଷା କରିବା ପରେ ମଧ୍ୟ ଦେହ ଅସୁସ୍ଥ ଥିବା ଯୋଗୁଁ ତାଙ୍କ ଅନୁରୋଧ କ୍ରମେ ତାଙ୍କୁ ପୁରୁଷ ଭେଷଜ ୱାର୍ଡ ୧, ବେଡ୍ ନମ୍ୱର୍ ୭୬୫ ରେ ଆଡ଼ମିଶନ କରାଯାଇଥିଲା। କିନ୍ତୁ ଦୀର୍ଘ ୫ ଦିନ ହେଲା ଚିକିତ୍ସା ଆଳରେ ଜଣେ ଆଇନଜୀବୀ ଉନ୍ନତ ଚିକିତ୍ସା ଲାଗି ଅପେକ୍ଷା କରିଥିଲେ ସୁଦ୍ଧା ଜ୍ଵର ର ପରୀକ୍ଷା ନିରୀକ୍ଷା ହେଉଛି କହି, ଜ୍ଵର କମିବା ନିମନ୍ତେ କୌଣସି ପ୍ରକାର ବ୍ୟବସ୍ଥା ନକରି ଖାତାରେ ଜ୍ଵର ମାପି ରୋଗୀଙ୍କୁ ଲେଖିବାକୁ ପରାମର୍ଶ ଦେଇ ବସେଇଛନ୍ତି ଆଜି ପର୍ଯ୍ୟନ୍ତ। ଦିନକୁ ଦିନ ଜ୍ଵର ବଢ଼ି ବଢ଼ି ଚାଲିଛି ଏବଂ ରୋଗୀ ଅସୁସ୍ଥ ହୋଇ ଚାଲିଛି ଏବଂ କଥା କହି ପାରୁନାହାଁନ୍ତି ଠିକ୍ ରୂପେ। ଏହି ବିଷୟରେ ସ୍ଥାୟୀ ବିକାଶ ଲକ୍ଷ୍ୟ ସ୍ବେଚ୍ଛାସେବୀ ସଂଗଠନ କୁ ଓକିଲ ବନ୍ଧୁ ମାନେ ଜଣାଇବା ମାତ୍ରେ, ଏକ ୧୦ ଜଣିଆ ଟିମ୍ ସ୍ଥାନୀୟ ବଡ ମେଡିକାଲ ଯାଇ ଯାଞ୍ଚ ଏବଂ ଅନୁସନ୍ଧାନ କରିଥିଲେ ଏବଂ ଏହି ସ୍ବାସ୍ଥ୍ୟ ଅବସ୍ଥା ର ଅବହେଳା ବିଷୟରେ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ଅନୁରୋଧ କରିଥିବାର ବି ସୂଚନା ମିଳିଛି। ଯାଞ୍ଚ କରିବା ବେଳେ ରାଉଣ୍ଡ ରେ ଥିବା ଡ଼ାକ୍ତର ମାନଙ୍କ ସହ କଥାବାର୍ତ୍ତା ହୋଇ ପଚାରିଲେ ବି କୌଣସି ପ୍ରକାର ସୁଫଳ ମିଳିନାହିଁ ବୋଲି କହିଛନ୍ତି ସଂସ୍ଥାର ସିଇଓ ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର। ଆଗାମୀ ଦିନରେ କୌଣସି ପ୍ରକାର ଅଘଟଣ ଘଟିଲେ ମେଡିକାଲ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଜନସାଧାରଣ ରେ ଚର୍ଚ୍ଚା ଜୋର୍ ଧରିଛି। ଜଣେ ଆଇନଜୀବୀ ଙ୍କ ଚିକିତ୍ସା ରେ ଯଦି ଏହିଭଳି ଅବହେଳା ହେଉଛି, ତାହେଲେ ଜଣେ ସର୍ବସାଧାରଣ ଏବଂ ଗରୀବ ଲୋକ କେମିତି MKCG MCH ର ସୁବିଧା ସହଯୋଗ ପାଇବ ବୋଲି ସଂସ୍ଥାର ସିଇଓ ପ୍ରଶ୍ନ କରିଛନ୍ତି ଏବଂ ତୁରନ୍ତ ଏହିଭଳି ଅବହେଳା କୁ ଯାଞ୍ଚ କରାଯାଇ ସମଗ୍ର ଜନସାଧାରଣ ଙ୍କ ସ୍ବାସ୍ଥ୍ୟ ଏବଂ ଚିକିତ୍ସା ରେ କୌଣସି ପ୍ରକାର ଅସୁବିଧା ନ କରାଯାଉ ବୋଲି ସେ ଅନୁରୋଧ କରିବା ସହ ସରକାରୀ ମେଡିକାଲ MKCG MCH ରେ ଦଶ ଟି ଜିଲ୍ଲାର ଲୋକ ନିର୍ଭର କରୁଛନ୍ତି ଏବଂ ସମସ୍ତଙ୍କ ଉନ୍ନତ ଚିକିତ୍ସା କରିବା ଏବଂ ସଠିକ୍ ରୋଗୀ ସେବା ଯୋଗାଇବା ଏକ ମୌଳିକ ଏବଂ ମାନବ ଅଧିକାର ବୋଲି ସେ କହିଛନ୍ତି ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଦରକାର।