ମଙ୍ଗଳପୁର ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଦଶରଥପୁର(ସମୃଦ୍ଧଓଡିଶା)ଦଶରଥପୁର ବ୍ଲକସ୍ତ ମଙ୍ଗଳପୁର ଥାନା ପକ୍ଷରୁ ଆଜି ସନ୍ଧ୍ୟା ୫ ଟା ସମୟରେ ଏକ ସାମ୍ବାଦିକ ଅନୁଷ୍ଠିତ ହୋଇଯାଇଛି |ଏହି ପରିପ୍ରେକ୍ଷୀରେ ଏସଡିପିଓ ସତ୍ୟବ୍ରତ ଲେଙ୍କା ଓ ମଙ୍ଗଳପୁର ଥାନାର ଆଇଆଇସି ଚିନ୍ମୟୀ ସାହୁଙ୍କ ଦ୍ୱାରା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗତ ୨୫ ତାରିଖରେ ମଙ୍ଗଳପୁର ଥାନା ଅଧିନ ବଉଳାଙ୍ଗ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ରାତି ପ୍ରାୟ ୧ ଟା ସମୟରେ ବ୍ୟାଙ୍କର ସମ୍ମୁଖ ଗେଟ ସହ ମୋଟ ୬ ଗୋଟି ଗେଟ ଭାଙ୍ଗି ଡକାୟତ ମାନେ ବ୍ୟାଙ୍କ ଭିତରେ ପଶି ବ୍ୟାଙ୍କର ସିସି କ୍ୟାମେରା ଗୁଡିକୁ ଭାଙ୍ଗିବା ସହ କମ୍ପ୍ୟୁଟର ଓ ମନିଟର ସମେତ ମୂଲ୍ୟବାନ ୮ ଗୋଟି ସାମଗ୍ରୀକୁ ଚୋରି କରି ନେଇଥିଲେ | ଚୋରି କରି ଫେରିବା ସମୟରେ ପଲ୍ଲାସାହି ଗ୍ରାମ ବାସୀମାନେ ଡକାୟତ ମାନଙ୍କୁ ଅଟକ ରଖିବା ସହ ମଙ୍ଗଳପୁର ପୋଲିସକୁ ଖବର ଦେଇଥିଲେ | ଏହାପରେ ପୋଲିସ ସଦଳ ବଳେ ସେଠାରେ ପହଞ୍ଚି ମାହାଙ୍ଗାର ମିଥୁନ ସାହା, ଧନଞ୍ଜୟ ସିଂ, ସମୀର କୁମାର ଦାଶ, ପାଣି କୋଇଲିର ଅମିନ ମୁଣ୍ଡା, ଓଲଗର ସତ୍ୱେଶ୍ୱର ବେହେରା, ପ୍ରମୁଖ ୫ ଜଣଙ୍କୁ ପୋଲିସ ଗିରଫ କରିଥିଲେ | ଏହାପରେ ବଉଳାଙ୍ଗ ବ୍ୟାଙ୍କର ମ୍ୟାନେଜର ବିଦୁଭୂଷଣ ସାହୁଙ୍କ ଅଭିଯୋଗ ପରେ ମଙ୍ଗଳପୁର ପୋଲିସ ପକ୍ଷରୁ ସିସିଟିଭି ଯାଞ୍ଚ କରାଯାଇଥିବା ବେଳେ ଉକ୍ତ ଚୋର ମାନେ ବ୍ୟାଙ୍କ ଚୋରୀରେ ସମ୍ପୃକ୍ତ ଥିବା ଜଣା ପଡିଥିଲା | ବର୍ତ୍ତମାନ ତଦନ୍ତ ଜାରିରହିଥିବା ବେଳେ ଉକ୍ତ ଚୋରୀରେ ଆଉ ଜଣେ ସମ୍ପୃକ୍ତ ଥିବା ବେଳେ ବର୍ତମାନ ସେ ଫେରାର ଥିବା ବେଳେ ଖୁବ ଶୀଘ୍ର ଉକ୍ତ ଚୋରକୁ ଧରା ଯିବ ବୋଲି ଏସଡିପିଓ କହିଥିଲେ | ଏଥିସହ ଆଜି ସନ୍ଧ୍ୟରେ ଆସାମୀ ମାନଙ୍କୁ ମେଡିକାଲ ଟେଷ୍ଟ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିଲା |

ରିପୋର୍ଟ : ରଜତ ମହାପାତ୍ର