ମାଁ ତାରାତାରିଣୀ ମନ୍ଦିର ଉନ୍ନୟନ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ

କମିଟି ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ବିବରଣୀ ପ୍ରଦାନ କରୁଛନ୍ତି 

ଛତ୍ରପୁର : ତାରାତାରିଣୀ ପୀଠକୁ ଧର୍ମୀୟ ଭାବନା ସହିତ ପର୍ଯ୍ୟଟ୍ଟନ ବିକାଶରେ ଯୋଡାଯିବ । ରାଷ୍ଟ୍ରୀୟ , ଅର୍ନ୍ତରାଷ୍ଟ୍ରୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହାକୁ ଅଧିକ ସୈାନ୍ଦର୍ଯ୍ୟକରଣ କରାଯିବ । ମନ୍ଦିର ନିର୍ମାଣ ସହ ସାମଞ୍ଜସ୍ୟ ରଖି ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ କରାଯିବ । ପରିବେଶ ସଂପୂର୍ଣ୍ଣ ସଫା ରଖିବା ସହିତ ବଜ୍ୟାବସ୍ତୁ ସ୍ଥାନାନ୍ତର ହେବ । ପଥରରେ ଖୋଦିତ ଆକର୍ଷଣୀୟ ମୂର୍ତ୍ତି ସେଠାରେ ସ୍ଥାପିତ ହେବ । ଯେଉଁ ସବୁ ମୂର୍ତ୍ତି ସିମେଣ୍ଟରେ ନିର୍ମିତ ହୋଇ ଭଗ୍ନ ଅବସ୍ଥାରେ ଅଛି ଏବଂ ମନ୍ଦିରର ସୈାଦର୍ଯ୍ୟରେ ବାଧିତ ହେଉଛି । ସେଗୁଡିକୁ ନଦୀ କିମ୍ବା ସମୁଦ୍ରରେ ସଂପୂର୍ଣ୍ଣ ସମ୍ମାନ ସହକାରେ ବିସର୍ଜନ କରାଯିବ । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମା ତରାତାରିଣୀ ମନ୍ଦିର ଉନ୍ନୟନ କମିଟି ବୈଠକ ରେ ଏହି ନିଷ୍ପତି ହୋଇଛି । ମନ୍ଦିରର ଯାତ୍ରୀ ପ୍ରବେଶ ଦ୍ୱାର ଏବଂ ଯାନ ବାହାନ ପ୍ରବେଶ ଦ୍ୱାରକୁ ଆକର୍ଷଣୀୟ ଭାବେ ନିର୍ମାଣ କରାଯିବ । ମନ୍ଦିରର  ପାହାଚ ଗୁଡିକ ଅଧିକ ଚଉଡା କରାଯିବ । ସେଥିରେ ଦୀର୍ଘ ସ୍ଥାୟୀ ଲୁହା ରେଲିଂ ଲାଗିବ ଏବଂ ଯାତ୍ରୀଙ୍କ ପାଇଁ ମଝିରେ ମଝିରେ ଶୈାଚାଳୟ ବ୍ୟବସ୍ଥା ହେବ । ପ୍ରସାଦ ସେବନ ପାଇଁ ସ୍ୱତନ୍ତ୍ର ମଣ୍ଡପ ନିର୍ମାଣ ହେବ ।  ସମସ୍ତ ସିମେଂଟଣ୍ଟ କ୍ରକିଂଟ ମନ୍ଦିର ସାମଞ୍ଜସ୍ୟ ଥିବା ପଥର ଦ୍ୱାରା ଆବୃତତ୍ତ ହେବ । ଛତ୍ରପୁର ମାଧପୁର ଦେଇ ତରାତାରିଣୀ ରାସ୍ତା ଓ ହୁମ୍ମା ଠାରୁ ତରାତାରିଣୀ ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ  ଶୀଘ୍ର ସାରିବା ପାଇଁ ପୂର୍ତ ବିଭାଗକୁ ଜିଲ୍ଲାପାଳ ଶ୍ରୀ କୁାଲଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ପୂର୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିନୋଦ କୁମାର ପାଢୀ, ତରାତାରିଣୀ ଉନ୍ନୟନ କମିଟି ସଂପାଦକ ପ୍ରମୋଦ କୁମାର ପଣ୍ଡା, ମନ୍ଦିର ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ନିଶାଙ୍କ ଓ ଅନ୍ୟାନ୍ୟ  ଅଧିକାରୀ ଏବଂ କର୍ମକର୍ତା ଉପସ୍ଥିତ ଥିଲେ ।