ମହାପ୍ରଭୁଙ୍କ ଜମି ହଡପ ବିରୁଦ୍ଧରେ ଚାଷୀ ମେଳି…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ସ୍ଥାନୀୟ ରାଧାମୋହନ ମହାପ୍ରଭୁଙ୍କ ଜମିକୁ ଭାଗଚାଷୀମାନଙ୍କୁ ଉଛେଦ ନ କରି ସେମାନଙ୍କ ଅଜାଣତରେ ବିକ୍ରି କରି ଲକ୍ଷାଧିକ ଟଙ୍କା ହଡପ କରିବା ଅଭିଯୋଗ ନେଇ ଆଜି ସ୍ଥାନୀୟ ଚନ୍ଦ୍ର ଚୂଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ଜରୁରୀ ବୈଠକ କରାଯାଇଥିଲା ଏବଂ ଏହାର ମୁକାବିଲା କରିବା ନିମନ୍ତେ ଆଇନଗତ ପଦକ୍ଷେପ ଗ୍ରହଣ କରି ମହାପ୍ରଭୁଙ୍କ ସମ୍ପତି ସୁରକ୍ଷା କରାଯିବ ବୋଲି ଭାଗ ଚାଷୀ ସୁରକ୍ଷା କମିଟି ପକ୍ଷରୁ ସୂଚନା ମିଳିଛି l ସୂଚନା ଅନୁଯାୟୀ ଆଜିର ବୈଠକରେ ଉପଦେଷ୍ଟା ଭାବେ ଆଇନଜୀବୀ କୁରେଶୁ ପଣ୍ଡା, ସଭାପତି ରୂପେ ଅର୍ଦ୍ଦ୍ୱୁଚନ୍ଦ୍ର, ଉପସଭାପତି ରୂପେ ପାଟା ଗୋବିନ୍ଦ, ସମ୍ପାଦକ ରୂପେ ଆଇନଜୀବୀ ପି.ଶିବଶଙ୍କର, ଯୁଗ୍ମସମ୍ପାଦକ ରୂପେ ଅର୍ଦ୍ଦ୍ୱୁ ସୂର୍ଯ୍ୟନାରାୟଣ, କୋଷାଧକ୍ଷ ରୂପେ ଅର୍ଦ୍ଦ୍ୱୁଚନ୍ଦ୍ର ହରି ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି l ଭାଗଚାଷୀ ଦାଖଲ ପ୍ରତିବର୍ଷ ନିୟମିତ ରାଜଭାଗ ଦେଇ ଚାଷ ଜମିରୁ ଉଛେଦ ନ ହୋଇ ମହାପ୍ରଭୁ ଜମି ନିୟୁଳି ବିକ୍ରି କରାଗଲା ଏବଂ ରେଜିଷ୍ଟ୍ରି ହେଲା କିପରି ବୋଲି ସୁରକ୍ଷା କମିଟି ପ୍ରଶ୍ନ କରିଛି l ଏହାର ବିଧିବଦ୍ଧ ତଦନ୍ତ ପାଇଁ ଦାବୀ କରାଯାଇଛି l ମାର୍ଫତଦାର ମହାପ୍ରଭୁଙ୍କ ସମ୍ପତି ହଡପ କରିବା ନେଇ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି  l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା