କଂଗ୍ରେସ ପକ୍ଷରୁ ସହାୟତା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭାରତୀୟ କୃଷକ କଂଗ୍ରେସର ସାଧାରଣ ସମ୍ପାଦକ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଗରିବ ଅସହାୟଙ୍କୁ ସହାୟତା ପ୍ରଦାନ କରାଯାଇଛି l ସୂଚନା ଅନୁଯାୟୀ ଅନ୍ୟ ଘରେ କାମ କରି ପରିବାର ଚଳାଉଥିବା ଅସହାୟ ମହିଳା ମା’ ମାନଙ୍କୁ କରୋନା ଜନିତ ଅସୁବିଧା ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ ନେତାମାନଙ୍କ ତରଫରୁ ଗୋଟିଏ ଗୋଟିଏ ଚାଉଳ ବସ୍ତା ଓ ଲୁଗା ଦିଆଯାଇଛି l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କଂଗ୍ରେସ ସଭାପତି ତଥା ଗୋପାଳପୁରର ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ଭାରତୀୟ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଜିଲ୍ଲା ସଭାପତି ପୀତବାସ ପଣ୍ଡା, ଭାରତୀୟ କୃଷକ କଂଗ୍ରେସର ସାଧାରଣ ସମ୍ପାଦକ ରଶ୍ମି ରଞ୍ଜନ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଉଦୟ ପାଣିଗ୍ରାହୀ, ଜିଲ୍ଲା କଂଗ୍ରେସ ସମ୍ପାଦକ ଏସ. ଦଣ୍ଡପାଣି ପ୍ରମୁଖ ପରିଚାଳନା କରିଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା