ମହାନ୍ ସଂଘ୍ ପକ୍ଷରୁ ମେଧାବୀ ଗରିବ ଛାତ୍ରମାନଙ୍କ ପାଇଁ ମାଗଣା ଛାତ୍ରାବାସ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ମହାନ୍ ସଂଘ୍ ପକ୍ଷରୁ ଆସନ୍ତା ୨ ଅକ୍ଟୋବର ପବିତ୍ର ଗାନ୍ଧୀ – ଶାସ୍ତ୍ରୀ ଜିଙ୍କ ଜୟନ୍ତୀ ଓ ସଂଘର ୩୭ତମ ପ୍ରତିଷ୍ଠା ଦିବସ ଅବସରରେ ଗୋପାଳପୂର ରୋଡ ସ୍ଥିତ ରାମଚନ୍ଦ୍ରପୁର ଗ୍ରାମ ବିଶ୍ଵ ନିକେତନ ପରିସରରେ ମେଧାବୀ ଗରିବ ବିଶ୍ଵବିଦ୍ୟାଳୟ ତଥା ମହାବିଦ୍ୟାଳୟ ଛାତ୍ରଙ୍କ ପାଇଁ ମାଗଣା ଛାତ୍ରାବାସ ଖୋଲିବା ନିମନ୍ତେ ଆଜି ସଂଘ କାର୍ଯ୍ୟାଳୟ ଠାରେ ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାଯାଇଛି । ପୂର୍ବତନ ରାଷ୍ଟ୍ରପତି ଅବୁଦୂଳ କାଲାମ ମେମୋରିଆଲ ଛାତ୍ରବାସ ନାମରେ ନାମିତ ଏହି ଛାତ୍ରବାସରେ ରହିବା ନିମନ୍ତେ ଇଛୁକ ଛାତ୍ରମାନେ ମହାନ୍ ସଂଘ୍ ହିଲପାଟଣା କାର୍ଯ୍ୟାଳୟ ସହ ଯୋଗା ଯୋଗ କରିବା ନିମନ୍ତେ ସାଧାରଣ ସମ୍ପାଦକ ପ୍ରସାନ୍ତ ପାତ୍ର ଅନୁରୋଧ କରିଛନ୍ତି । ଏହି ବୈଠକରେ ହରିପ୍ରସାଦ ମାଳନା, ପ୍ରଦୀପ କୁମାର ପଣ୍ଡା, ହରିକୃଷ୍ନ ମିଶ୍ର, ପ୍ରକାଶ ଭାଜନି, ବିକ୍ରମ ସାବତ, ମଧୁସୂଦନ ସାହୁ, ଶ୍ରୀମତୀ ସୁନନ୍ଦା ମହାପାତ୍ର, ଶ୍ରୀମତୀ ଭାରତୀ ପାତ୍ର, ସନ୍ଧ୍ୟା ରାଣୀ ପଟ୍ଟନାୟକ, ଭୀଷ୍ମଚାର୍ଯ୍ୟ ଚୌଧୁରୀଙ୍କ ସମେତ୍ତ ବହୁ ସଦସ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା