ମହାନ୍ ସଂଘ୍ ପକ୍ଷରୁ ଶିଳ୍ପାୟାନ ନେଇ ଆଲଚନା ଚକ୍ର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପାଠ ପଢିବା ପରେ ବହୁ ଜଣ ପ୍ରାୟ ସ୍ୱପନ ଦେଖନ୍ତି ସରକାରୀ ଚାକିରି, ନଚେତ୍ ବେସରକାରୀ ଚାକିରି । କିନ୍ତୁ ସ୍ବାବଲମ୍ବୀ ଭାବେ ନିଜେ ଶିଳ୍ପ ପ୍ରତିଷ୍ଠା କରି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟକୁ ନିଯୁକ୍ତି କରିପାରିବେ ଓ ଏଥି ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକରଙ୍କଠାରୁ ବହୁ ସହଯୋଗ ମିଳିପାରିବ ବୋଲି ଗତକାଲି ମାଣ୍ଡିଆପଲି ନିକଟସ୍ଥ ଜ୍ଞାନଦୀପ କଲେଜ ପରିସରରେ ମହାନ୍ ସଂଘ୍ ପକ୍ଷରୁ ” ଶିଳ୍ପାୟାନର ଗୁରୁତ୍ଵ” ଉପରେ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥ ଭାବେ ଯୋଗୋଦେଇ ବିଶିଷ୍ଟ ସମାଜସେବୀ ସୁଶାନ୍ତ କୁମାର ସାବତ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇ ଥିବାବେଳେ ମହାବିଦ୍ୟାଳୟ ଅଧକ୍ଷ ଡ. ଅଭିମନ୍ୟୁ ଜେନା ସଭାପତିତ୍ବ କରି କଠିନ ପରିଶ୍ରମ ବଳରେ ବହୁ ଯୁବକ ଆଜି ଶିଳ୍ପ ଅନୁଷ୍ଠାନ ପ୍ରତିଷ୍ଠା କରି ସମାଜର କଲ୍ୟାଣ କରିଛନ୍ତି । ଅନ୍ୟତମ ଅତିଥି ଭାବେ ନାର୍ସୁ ଜେନା ଯୋଗଦେଇ ନିଜ ଶିଳ୍ପାନୁଷ୍ଠାନ ତିଆରି କରିବାର କଷ୍ଟ ଓ ସଫଳତା ଉପରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟ ଛାତ୍ରୀ ସୁଶ୍ରୀ ସୁଭଲକ୍ଷ୍ମି  ଜେନା, ଆଦାଶ୍ୟ ପଣ୍ଡା, ଅଙ୍କିତା ପରିଡ଼ା, ଛାତ୍ର ମୁନା ବେହେରା ଶିଳ୍ପାୟନର ଗୁରୁତ୍ଵ ଉପରେ ଭାଷଣ ଦେଇଥିବା ବେଳେ ମହାନ୍ ସଂଘ୍ ପକ୍ଷେରୁ ଡିପାର୍ଟ୍ ମେଣ୍ଟ ଅଫ ସାଇନ୍ସ ଏଣ୍ଡ ଟେକନୋଲୋଜି, ଭାରତ ସରକାଙ୍କ ସହଯୋଗରେ ଗତ ମାର୍ଚ୍ଚ ମାସରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଶିଳ୍ପ ବୁଲାଇ ନିଆଯାଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ୧୨ ଜଣ ଛାତ୍ରଛାତ୍ରୀ ନିଜ ଶିକ୍ଷା ସମାପ୍ତ ପରେ ଶିଳ୍ପ ପ୍ରତିଷ୍ଠା କରିବା ନିମନ୍ତେ ଉସ୍ତାହ ପ୍ରକାଶ କରିଥିଲେ । ପୂର୍ବୁରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଶ୍ରୀ ସାବତ ପ୍ରମାଣପତ୍ର ପ୍ରଦାନ କରିଥିଲେ । ସବିତା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା