ଗଞ୍ଜାମ ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜର ଜିଲ୍ଲା ସ୍ୱରୀୟ ସାଧାରଣ ସଭା ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜର ପ୍ରତିବର୍ଷ ଭଳି ଚଳିତ ବର୍ଷର ସାଧାରଣ ସଭା ସ୍ଥାୟୀ ସଭାପତି ନନ୍ଦ କିଶୋର ମହାଙ୍କୁଡଙ୍କ ସଭାପତିତତ୍ୱରେ ଧରାକୋଟ ତାଲୁକା ପରିଚାଳନା ପରିଷଦ ଆନୁକୂଲ୍ୟରେ କମାଗଡ ମୁଠା ଅନ୍ତର୍ଗତ ବାଲିସିରା ସିଧେଶ୍ୱର କଲ୍ୟାଣି ମଣ୍ଡପ ପ୍ରାଙ୍ଗଣରେ ଏକ ଜିଲ୍ଲା ସ୍ତରୀୟ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୨ ଗୋଟି ତଲୁକା, ମୁଠା, ଓ ଗ୍ରାମ୍ୟ ପରିଷଦର ପ୍ରାୟ ଏକ ହଜାରରୁ ଉର୍ଦ୍ଧ କର୍ମକର୍ତା ସହିତ ସମସ୍ତ ତଲୁକାର ସଭାପତି ଓ ମୁଖ୍ୟ କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା କାର୍ଯ୍ୟ କରିଣୀ ପରିଷଦ ସଦସ୍ୟଗଣ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏବଂ ଜିଲ୍ଲା ପ୍ରଶାସନର କୋଭିଡ ନିୟମ ମାନି ସାମାଜିକ ଦୁରତା ରକ୍ଷା କରି ମାସ୍କ ପିନ୍ଧି ସଭାରେ ଭାଗ ନେଇଥିଲେ । “କୋଭିଡ ସହ ଜୀବନଯାପନ” ଶିର୍ଷକ ଆଲୋଚନା ଚକ୍ର ଆୟୋଜନ ହୋଇଥିଲା । ଅତିଥି ଓ ବକ୍ତା ଭାବରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମାନେ ସର୍ବଶ୍ରୀ, ଧୋବା ଗୌଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତି, ସିବରାମ ଗୌଡ଼ ଜିଲା ଉପସଭାପତି, ନାରାୟଣ ମହାଙ୍କୁଡ ଜିଲା ସାଧାରଣ ସମ୍ପାଦକ, ଅରୁଣ କୁମାର ଗୌଡ଼ ଜିଲା କୋଷାଧ୍ୟକ, ବିଜିୟ ଗୌଡ଼, ନରସିଂହ ଗୌଡ଼, ଜିଲା ସହସମ୍ପାଦକ, କୈଳାଶ ଗୌଡ଼, ସୁବାଷ ଗୌଡ଼, କାର୍ଣ୍ଣାଲ ରାମ ଚନ୍ଦ୍ର ଗୌଡ଼, ଉଲ୍ଲାସ ଗୌଡ଼ ଜିଲା ଉପଦେଷ୍ଟା ଗଣ, ରମେଶ ଗୌଡ଼ ଜିଲା ସଂସୃତି ଅଧ୍ୟକ୍ଷ, କାମେଶ୍ୱର ଗୌଡ଼ ଜିଲା ସମୀକ୍ଷକ, ବାଲିସିରା ସରପଂଚ ରାଜେଶ୍ୱରୀ ଗୌଡ଼ ଓ ମୋହିନୀ ମୋହନ ମହାଙ୍କୁଡ, ଡମ୍ବୁରୁ ଗୌଡ଼, ଭବାନୀ ଗୌଡ଼, ମଧୁ ଗୌଡ଼, ସୁରେନ୍ଦ୍ର ଗୌଡ଼, ସାରଥୀ ପ୍ରସାଦ ଗୌଡ଼, ସୀମାଞ୍ଚଳ ଗୌଡ଼, ତ୍ରିନାଥ ଗୌଡ଼, ରାଜେନ୍ଦ୍ର ଗୌଡ଼, ଇନ୍ଦ୍ରମଣି ଗୌଡ଼, ଧୋବା ଗୌଡ଼, କୋରା ଗୌଡ଼, ରଘୁନାଥ ଗୌଡ଼, କ୍ଷେତ୍ର ଗୌଡ଼, ମଞ୍ଚ।ସିନ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରି ମୂଳ ଜିଲା ସଂଘଟନକୁ ସୁଦୃଢ଼ ଓ ଏକତା ଔକ୍ୟ ବଜାୟ ରହିବାକୁ ସଂକଳ୍ପ ନେଇଥିଲେ । ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ ପୂର୍ଵ ବିବରଣୀ ପଠନ କରି ଦୃଢ଼ୀକରଣ କରାଇଥିଲେ । ବିଭିନ୍ନ ତଲୁକାର ସମସ୍ୟା ଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା ଉପସ୍ଥିତ ୨୨ ଗୋଟି ତଲୁକାର କର୍ମକର୍ତା ମାନେ ନିଜ ନିଜର ମତ ସାବ୍ୟସ୍ତ କରି ଆଲୋଚନା କରିଥିଲେ ଯେ ସମାଜର ଶିକ୍ଷା, ସ୍ୱାସ୍ଥ୍ୟ, ବିଭିନ୍ନ ସରକାରୀ ଯୋଜନା ଗୁଡ଼ିକ କୋଭଳି ଭାବରେ ସମାଜର ସବୁ ବର୍ଗର ଲୋକ ସୁବିଧା ପାଇବେ ସମସ୍ତେ ଯତ୍ନବାନ ହେବ ଆବଶ୍ୟକ ଅଛି ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧରାକୋଟ ତଲୁକାର ସଭାପତି ଶତ୍ରୁଗ୍ନ ଗୌଡ଼, ଉପ ସଭାପତି କାମେଶ୍ୱର ଗୌଡ, ସମ୍ପାଦକ ବୁଲୁ ଗୌଡ଼, ସହ ସମ୍ପାଦକ ବିଜିୟ କୁମାର ଗୌଡ଼, କୋଷାଧ୍ୟକ ଅଭିମନ୍ୟୁ ଗୌଡ଼, ଉପଦେଷ୍ଟା ସୁରେନ୍ଦ୍ର ଗୌଡ଼, ସମୀକ୍ଷକ ସୁବାଷ ଚନ୍ଦ୍ର ଗୌଡ଼, ତଲୁକାର ସାତ ଗୋଟି ମୁଠା ଓ ଗ୍ରାମ୍ୟ ପରିଷଦର କର୍ମକର୍ତା ମାନେ ଉପସ୍ଥିତ ରହି ସଭାକାର୍ଯ୍ୟକୁ ଅତି ଶୃଙ୍ଖଳାର ସହିତ କାର୍ଯ୍ୟ ପରିଚାଳନା କରିଥିଲେ ସେଶରେ ଗୁରୁ ମାଗି ଗୌଡ଼ ଶ୍ରୀକୃଷ୍ଣ ଭଜନ କାର୍ଯ୍ୟକ୍ରମ ସଂଯୋଜନା କରି ଧନ୍ୟବାଦ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା