ମହାନଗର ନିଗମରେ କୁକୁର ବନ୍ଧ୍ୟାକରଣ ପ୍ରସ୍ତୁତି ବୈଠକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାନଗର ନିଗମ ତତଫରୁ ନିଗମ ସମ୍ମିଳନୀ କକ୍ଷରେ ବୁଲା କୁକୁରଙ୍କ ପ୍ରାଦୃଭାବ ରୋକିବା ସକାଶେ ଏକ ପ୍ରସ୍ତୁତି ବୈଠକ ନିଗମର ଅତିରିକ୍ତ ଆୟୁକ୍ତ ନୀଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯିବା ସହ କୁକୁର ପ୍ରଯୋଜନ ନିୟନ୍ତ୍ରଣ ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା । ପ୍ରାଣୀ ଚିକିତ୍ସକଙ୍କ ଅଭାବକୁ ଦୃଷ୍ଟିରେ ରଖି ବିଭାଗୀୟ କର୍ମଚାରୀଙ୍କୁ ଚିକିତ୍ସା ତାଲିମ ଦେଇ ଏହି କାର୍ଯ୍ୟରେ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହାସହ ଧରାଯାଇଥିବା ବୁଲା କୁକୁରଙ୍କୁ ସେମାନଙ୍କ ବନ୍ଧ୍ୟାକରଣ ପର୍ଯ୍ୟନ୍ତ ରହିବା ଓ ଖାଇବା ବ୍ୟବସ୍ତା କରାଯିବା ପାଇଁ ଏବଂ ସେମାନଙ୍କ ଖାଦ୍ୟ ଯୋଗାଣ ପାଇଁ ଟେଣ୍ଡର ଆହ୍ବାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିଗମର ଉପ ଆୟୁକ୍ତ ଆଶୀର୍ବାଦ ପରିଡ଼ା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଦେବରାଜ ବେହେରା, ବ୍ରହ୍ମପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅରବିନ୍ଦ ବେହେରା, ଡାକ୍ତର କିରଣ କୁମାର ବିଶୋଇ ବିଶେଷଜ୍ଞ ପ୍ରାଣୀ ଚିକିତ୍ସାଳୟ ବ୍ରହ୍ମପୁର, ଡାକ୍ତର ପ୍ରିୟଦର୍ଶୀ ପ୍ରହରାଜ ପ୍ରାଣୀ ଚିକିତ୍ସକ ରମ୍ଭା, ଏସପିସିଏ ସଦସ୍ୟ ସୁଶାନ୍ତ ବେହେରା, ସାନିଟାରୀ ଇନ୍ସପେକ୍ଟର ଏନ.ନାଗେଶ୍ଵର ରାଓ, ଏସପିସିଏ ସଦସ୍ୟ ତଥା ପଶୁପ୍ରେମୀ ଓ ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ ଏବଂ ପି.ଏଫ୍.ଏ ଅମିତ୍ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା