ମଶା ଦାଉରୁ ଜନସାଧାରଣଙ୍କୁ ରକ୍ଷା କରିବା ନିମନ୍ତେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦାବୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗରରେ ମଶା ପ୍ରାଦୁର୍ଭାବ ଦିନକୁ ଦିନ ବୢଦ୍ଧି ପାଇବାରେ ଲାଗିଛି ଯାହା ଫଳରେ ବ୍ରହ୍ମପୁର ମହାନଗରରେ ଜନସାଧାରଣ ନାନା ପ୍ରକାର ହଇରାଣ ହରକତ ହେଉଛନ୍ତି । ମଶା ଆତଙ୍କରେ ଡ଼େଙ୍ଗୁ, ମ୍ୟାଲେରିଆ, ଟାଇଫେଡ୍, ଚିକେନ୍ ଗୁନିଆ ଭଳି ମାରାତ୍ମକ ରୋଗ ସହରରେ ବ୍ୟାପିବାର ସମ୍ଭାବନା ଦେଖାଦେଇଛି । ଏଣୁ ମଶା ଦାଉରୁ ଜନସାଧାରଣଙ୍କୁ ରକ୍ଷା କରିବା ନିମନ୍ତେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଗଞ୍ଜାମ ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ରଙ୍କ ନେତୢତ୍ୱରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଭେଟି ଏକ ଦାବୀ ପତ୍ର ଦେବାକୁ ଯାଇଥିବା ବେଳେ ମହାନଗର କମିଶନର୍ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପୁଲିସ୍ ଭୟ ଦେଖାଇ ଦୁର୍ବ୍ୟବହାର କରିଥିଲେ । ମହାନଗର କମିଶନରଙ୍କ ଏଭଳି ଦୁର୍ବ୍ୟବହାରକୁ ନେଇ ବିଜେପି କାର୍ଯ୍ୟକର୍ତ୍ତା ମାନେ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧାରଣାରେ ବସି ରହିବା ସହ କମିଶନରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏହି ଘଟଣା ଶୁଣି ବ୍ରହ୍ମପୁର ମେୟର, ଡ଼େପୁଟି ମେୟରଙ୍କ ସମେତ ବିଜୁ ଜନତା ଦଳର ବହୁ କର୍ପୋରେଟର୍ ଧାରଣା ସ୍ଥଳରେ ପହଞ୍ଚିଥିଲେ ଏବଂ କମିଶନରଙ୍କ ଦୁର୍ବ୍ୟବହାରକୁ ନେଇ ମେୟର ଦୁଃଖ ପ୍ରକାଶ କରିବା ସହ ଏଭଳି ଘଟଣା ଯେଉଁ ଭଳି ପୁନରାବୢର୍ତ୍ତି ନ ହୁଏ ସେଥିପ୍ରତି ଧ୍ୟାନ ରଖାଯିବ କହିଥିଲେ । ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ମେୟର ସଂଘମିତ୍ରା ଦଳେଇ ବହୁ ବୁଝା ସୁଝା ପରେ ପରିସ୍ଥିତି ସାନ୍ତ ପଡ଼ିଥିଲା । ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ମେୟର ତାଙ୍କ ନିଜ କାର୍ଯ୍ୟାଳୟକୁ ନେଇ ବିଜେପି ପକ୍ଷରୁ ଦିଆଯାଇଥିବା ଦାବୀ ଗୁଡିକ ଉପରେ ବିସୢତ ଆଲୋଚନା କରିଥିଲେ । ବ୍ରହ୍ମପୁରରେ ତୁରନ୍ତ ଟିଫା ମେସିନ୍ ବୁଲାଯିବା ସହ ନାଳ ନର୍ଦ୍ଦମା ଗୁଡ଼ିକରେ ମଶାମରା ଔଷଧ ପକାଯିବା ଏବଂ ଡ଼୍ରେନ୍ ଗୁଡିକରେ କଭର ପ୍ଲେଟ୍ କରିବାକୁ ପ୍ରତିଶୢତି ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ବ୍ରହ୍ମପୁର ମହାନଗର ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତି, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ବରିଷ୍ଠ ନେତା ଡ଼ା.ସୁବାଷ ସାହୁ, ସୁନିଲ କୁମାର ସାହୁ, କର୍ପୋରେଟର ଡ଼ି.କରୁଣା କର, ରଞ୍ଜିତା ବେହେରା, ନୀଳକଣ୍ଠ ସାହୁ, ସବିତା ସାହୁ, ସୁଶିଳା ମଲ୍ଲିକ, ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା, ସରୋଜ ପାତ୍ର, ଦୀନବନ୍ଧୁ ମହାକୁଡ଼, କିରଣ କୁମାର ସାହୁ, କେ.ଟୁଙ୍ଗୁରୁ ପାତ୍ର, ଅଜୟ କୁମାର ଜେନା, ସରୋଜ କୁମାର ଦାସ, ବାଙ୍କାନିଧି ସେଠୀ, ପ୍ରଫୁଲ୍ଲ ସାହୁ, ପ୍ରେମଶିଳା ନନ୍ଦ, ଅଶୋକ ନିମାଇଁ, ରାଜ୍ କିଶୋର ପାତ୍ର, କମଲ୍ ପାତ୍ର, ଡା.ରାମହରି ଖଣ୍ଡୁଆଳ, ଜିଲ୍ଲା ସ୍ୱାସ୍ଥ୍ୟ ସେଲ୍ ସଂଯୋଜକ ରାଜୀବ ମିଶ୍ର, ଯୁବ ନେତା ସାଗର ମୁଖୀ, ଚିତ୍ତରଞ୍ଜନ ସାହୁ, ବିଜୟ କୁମାର ନନ୍ଦ, କେ.ରବି ରାଓ, କିଷାନ୍ ପଣ୍ଡା, ସୁମିତ୍ ସ୍ୱାଇଁ, ଦୀପକ ପାଢ଼ୀ, ଅଖିଳ ସାହୁ, ରବି ନାରାୟଣ ସାବତ, ଶିବ ପାଣିଗ୍ରାହୀ, ଟୁନା ପାତ୍ର, ଅକ୍ଷୟ ସାହୁ ପ୍ରମୁଖ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।