ବିଜେଡି ଦଳ ପକ୍ଷରୁ ବିଜୟ ଉତ୍ସବ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବିଜୁ ଜନତା ଦଳ ପ୍ରତି ବିପୁଳ ସମର୍ଥନ ଜଣାଇ ପଦ୍ମପୁରର ଦଳୀୟ ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ସିଂ ବରିହାଙ୍କ ଐତିହାସିକ ବିଜୟ ହୋଇଥିବାରୁ ବ୍ରହ୍ମପୁର ବିଜୁ ପରିବାର ତରଫରୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ସଭାପତି ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱ ଉପରେ ଲୋକଙ୍କ ଆଗାଢ ବିଶ୍ବାସ ଓ ଭରସା ପୂର୍ବ ପରି ଅତୁଟ ରହିଛି ଏହି ଉପ ନିର୍ବାଚନରେ ବିଜୟ ଲାଭ କରିଥିବା ବର୍ଷା ସିଂ ବରିହାଙ୍କୁ ବ୍ରହ୍ମପୁର ବିଜୁ ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ବ୍ରହ୍ମପୁର ବି.ଏମ୍.ସି କାର୍ଯ୍ୟାଳୟରେ ଓ ରାମଲିଙ୍ଗେଶ୍ବର ପାର୍କ ନିକଟରେ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଇଥିଲା l ଏହି ବିଜୟ ପଦ୍ମପୁର ବାସୀଙ୍କ ସ୍ୱାଭିମାନର ବିଜୟ, ଏହି ବିଜୟ ନବୀନ ବାବୁଙ୍କ ପ୍ରତି ପଦ୍ମପୁର ବାସୀଙ୍କ ଆଶୀର୍ବାଦ ବୋଲି କୁହାଯାଇଛି l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଡେପୁଟି ମେୟର ବିବେକ ରେଡ୍ଡୀ, ଜ୍ୟୋତି ରଞ୍ଜନ ସାହୁ, ଅଜିତ ପଣ୍ଡା, ମମତା ବିଷୋୟୀ, ସୋନାଲି ଗନ୍ତାୟତ, ଟି. ତ୍ରିପତି ପାତ୍ର, ଦଣ୍ଡପାଣି ନାୟକ ଭିଷ୍ମାଚାର୍ଯ୍ୟ ଚୌଧୁରୀ ସୂର୍ଯ୍ୟକାନ୍ତ ସୁବୁଦ୍ଧି ତେଜେଶ୍ବର ସ୍ବାମୀ, ଉମା ମିଶ୍ର, ଏନ୍ ଆପାରାଓ, ଦୂର୍ଗା ପଣ୍ଡା, ସୁରେନ୍ଦ୍ର ପଟ୍ଟନାୟକ, ମୁକୁନ୍ଦ ଗୌଡ଼, ମୁନା ପାଢି, କାହ୍ନୁ ଚରଣ ପାତ୍ର, ଦୂର୍ଗା ଲାୟକ, ସୁରେଶ ଚନ୍ଦ୍ର ତ୍ରିପାଠୀ, ଫାୟାଜ୍ ଖାନ୍, ଚନ୍ଦ୍ର ମୋହନ ସାହୁ, ନେତାଜୀ ପାତ୍ର, ଅସିତ ସାବତ ସନ୍ତୋଷୀ, ମୁନା ରେଡ୍ଡୀ, ଓ ବିଜୁ ପରିବାରର ବହୁ ସଦସ୍ୟ ସଦସ୍ୟା, କର୍ପୋରେଟର ଗଣ, ମହିଳା, ଛାତ୍ର, ସଂଖ୍ୟା ଳଘୁର କର୍ମକର୍ତ୍ତାମାନେ ଯୋଗ ଦେଇ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ l