ଆଇନ ମହାବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାଗତ ଉତ୍ସବ ଅନୁଷ୍ଠିତ…

ବ୍ରହ୍ମପୁର:ସ୍ଥାନୀୟ ଆମ୍ବପୁଆ ସ୍ତିତ ଗଂଜାମ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୋଜ ସାମନ୍ତଙ୍କ ତତ୍ବବଧାନରେ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାଗତ ସମାରୋହ ପାଳିତ ହୋଇଛି ଏଥିରେ ମୁଖ୍ୟ ଅତିଥି ମଧୁସୁଦନ ଆଇନ ବିଶ୍ବବିଦ୍ୟାଳୟ ର କୁଳପତି ପ୍ରଫେସର ଡଃ କମଳ ଜିତ୍ ସିଂହ ଓ ସମ୍ମାନୀୟ ଅତିଥି ପ୍ରଫେସର ଡଃ ସୁକାନ୍ତ କୁମାର ନନ୍ଦ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସ୍ବାଗତ ସମାରୋହ ଆରମ୍ଭ କରିଥିଲେ ଗଂଜାମ ଆଇନ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୋଜ କୁମାର ସାମନ୍ତ ଗଂଜାମ ଆଇନ ମହାବିଦ୍ୟାଳୟ ସମ୍ବନ୍ଧ ରେ ଅଭିଭାଷଣ ଦେଇଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହ କରିଥିଲେ ନିଦ୍ଦେଶକ ପ୍ରଫେସର ଡଃ ବିନାୟକ ପଟ୍ଟନାୟକ ଆଇନ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଛାତ୍ର ଛାତ୍ରୀ ମାନଙ୍କୁ ନମ୍ରତା ଏକ ଗୁରୁତ୍ୱପୂର୍ଣ୍ଣ, ସମର୍ପଣ, ସମୟାନୁବର୍ତିତ, ସଚ୍ଚୋଟମନଭାବ ଉପରେ ଛାତ୍ର ଛାତ୍ରୀ ମାନଙ୍କ ଉପରେ ଆଲୋକପାତ କରିଥିଲେ ସମ୍ମାନୀୟ ଅତିଥି ସମ୍ବିଧାନ ଉପରେ ତାଙ୍କ ଅଭିଭାଷଣ ରଖିଥିଲେ ଦ୍ଵିତୀୟ ବର୍ଷ ର ଛାତ୍ରୀ ସ୍ମିତା ପଟ୍ଟନାୟକ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ଆଇନ୍ ପାଠ ପ୍ରତି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ଓ ଛାତ୍ର ପ୍ରଶାନ୍ତ ଦାସ ଓ ଛାତ୍ରୀ ନିଲାମ ସାହୁ, ଶ୍ରୀୟା ଚନ୍ଦନା ସାହୁ ଓ ପ୍ରଥମ ବର୍ଷର ଛାତ୍ର ପ୍ରିତେଶ୍ ପଟ୍ଟନାୟକ ସ୍ଵାଗତ ସମ୍ବର୍ଦ୍ଧନା ଉପରେ ନଜର ମତ କୁ ଉପସ୍ଥାପନ କରିଥିଲେ ଓ ମଧୁସୂଦନ ଆଇନ୍ ମହାବିଦ୍ୟାଳୟ ରେ ହକି ଉପରେ ହେଇଥିବା ପ୍ରବନ୍ଧ ପ୍ରତିଯୋଗିତା ରେ ଦ୍ଵିତିୟ ବର୍ଷ ର ଛାତ୍ରୀ ସ୍ମିତା ପଟ୍ଟନାୟକ ଦ୍ଵିତିୟ ସ୍ଥାନ ଅଧିକାର କରିଥିବାରୁ ସମ୍ବର୍ଦ୍ଧନା ସହିତ ପୁରସ୍କୃତ କରାଯାଇଥିଲା ଓ ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କାର ବିତରଣ କରାଯାଇଥିଲା ଏହି ସମାରୋହରେ ତୃତୀୟ ବର୍ଷର ଛାତ୍ର ଛାତ୍ରୀ ମାନେ ନିଜନିଜର ଅଭିଭାଷଣ ରଖିଥିଲେ ଏହିସମାରୋହକୁ ଅଧ୍ୟାପିକା ମନିଷା ବିଶ୍ବାଳ ପରିଚାଳନା କରିଥିଲେ ଅଧ୍ୟାପକ ଡଃ ତ୍ରିଲୋଚନ ଲେଙ୍କା ଧନ୍ୟବାଦ ଅପଣ କରିଥିଲେ ଅଧ୍ୟାପକ ପ୍ରଫେସର ମନୋଜ କୁମାର ଜେନା ସାମନ୍ତ ସମସ୍ତ ଦାୟିତ୍ବ ପରିଚାଳନା କରିଥିଲେ ଅଧ୍ୟାପିକା ସୁଦାତା ରଥ ଓ ଛାତ୍ର ଛାତ୍ରୀ ମାନେ ଏହି ସମାରୋହରେ ସହଯୋଗ କରିଥିଲେ ।