ମମିତାଙ୍କୁ ନ୍ୟାୟ ଦାବିରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କଳାହାଣ୍ଡି ଜିଲ୍ଲାର ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା କରିଥିବା ଅପରାଧୀ ଗୋବିନ୍ଦ ସାହୁଙ୍କୁ ଦଣ୍ଡ ଏବଂ ଅପରାଧୀକୁ ଘଣ୍ଟ ଘୋଡାଇ ଯୈନ କଲେଙ୍କାରିରେ ଲିପ୍ତ ଥିବା ସ୍ୱରାଷ୍ଟ୍ର ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ବ୍ରହ୍ମପୁର ସହରର ଗୋକୁଳ ଧାମ ପ୍ରାଙ୍ଗଣରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡି ଶାସନ ରେ ମହିଳା ବିପଦରେ ସ୍ଳୋଗାନ ଦେବା ସହ ମମିତାକୁ ନ୍ୟାୟ ମିଳିବା ପ୍ରଦାନ କରିବା ପାଇଁ ଦାବି କରିଥିଲେ । ଏହି ଅବସରରେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଶ୍ରୀମତୀ ବବିତା ପାତ୍ରଙ୍କ ସହ ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ, ସୁବାଷିନୀ ପଟ୍ଟନାୟକ, ପ୍ରଞ୍ଜାପରମିତା ପାଢ଼ୀ, ଭାଗ୍ୟଲତା, ଲକ୍ଷ୍ମୀ, ମିନାକ୍ଷୀ ପାଣିଗ୍ରାହୀ, ନର୍ମଦା, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ମଧୁସୂଦନ ସାହୁ, କାର୍ଯ୍ୟକାରିଣୀ ସଦସ୍ୟ ଗଜେନ୍ଦ୍ର ଚୈଧୁରୀ, ରବି ସାବତ, ବିନୋଦଙ୍କ ସହ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା