ବିଭିନ୍ନ ସମସ୍ୟାର ସମାଧାନ ଲାଗି ଠିକାଦାର ସଂଘ ଓ ପୁର୍ତ୍ତ କର୍ମକତ୍ତାଙ୍କ ଆଲୋଚନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ କିଛିଦିନ ଧରି ଠିକାଦାର ସଂଘ ଓ ପୁର୍ତ୍ତ ବିଭାଗ ମଧ୍ୟରେ କେତେକ ସମସ୍ୟା ଓ ସହଯୋଗ ଲାଗି ରହିଥିଲା । ଫଳରେ ବାଦାନୁବାଦ ଓ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିଲା । ଏଥିଲାଗି ଜଳେଶ୍ୱରରେ ବାରମ୍ବାର କେତେକ ଠିକାଦାରଙ୍କ ପକ୍ଷରୁ ଅନଶନ ଧର୍ମଘଟ ହୋଇ ଆସୁଥିଲା । ଏ ସବୁର ସମାଧାନ ଲାଗି ପୁର୍ତ୍ତବିଭାଗ ଡାକବଙ୍ଗଳାଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଠିକାଦାର ସୁଜୟ କୁମାର କରଣ, ଅନନ୍ତ ମହାନ୍ତି, ମୃତ୍ୟୁଞ୍ଜୟ ନାଥ, ଗୋବିନ୍ଦ ସାହୁ, ସେଖର ମହାନ୍ତି, ସୁଧିର ସେନାପତି, ରାଜୁ ସାହୁ, ପ୍ରଶାନ୍ତ ପ୍ରଧାନ, ଲୋକନାଥ ଜେନା, ସ୍ୱୟମ୍ବୁ ପ୍ରସାଦ ଦାସ, ଅଭିଳାସ ଭୂୟାଁ, ଦୁଷ୍ମନ୍ତ ଜେନା, ଜନ୍ମେଜୟ ନାଥ, ଦିଲ୍ଲିପ ବେହେରା ପ୍ରମୁଖ ସହକାରୀ ନିର୍ବାହୀଯନ୍ତ୍ରୀ ଅଶୋକ ପଣ୍ଡା ଓ ସହକାରୀ ଯନ୍ତ୍ରୀ ନିହାର ରଂଜନ ବେହେରାଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିଥିଲେ ।

ରିପୋର୍ଟ : ଭୂପତି ପରିଡା