ମକର ସଂକ୍ରାନ୍ତି ସ୍ଵାଗତଂ

ମକର ରେ ଦିନ ବକର ହୁଅଇ
ଆଈ ମୋର କହୁଥିଲା
କେତେ ସକାଳରୁ ମକର ଚାଉଳ
ବୋଉ ମୋର ବାଢୁଥିଲା
ସେଇ ଚାଉଳରୁ କିଛି ନେଇ ମୁହିଁ
ମକର ଯେ ବସିଥିଲି
ଆଜି ସହରରେ ଖୋଜୁଛି ସମ୍ପର୍କ
ଶୂନ୍ୟତାରେ ମନ ଖାଲି
ହଜିଲାଣି ପୁଣି ବଉଳ,ସଙ୍ଗାତ
ଅଭଡା,ମକର ଭୋଗ
ସହରୀ ସଭ୍ୟତା ସବୁ ଚଳୁକଲା
କିଏ କରେ ଅଭିଯୋଗ
ଯୈାଥ ପରିବାର ନାହିଁ ଚିହ୍ନ ବର୍ଣ୍ଣ
ନାହିଁଁ ଖୋଜାଲୋଡା ଭାବ
କର୍ପୂର ଉଡିଛି କନାତ ପଡିଛି
ପର୍ବ ଆସି ଚାଲିଯିବ
ନାହିଁ ପିଠାପଣା, ସାକର, ତରକାରୀ
ନିଜ ଘରେ ନିଜେ ବନ୍ଦୀ
ଫେସ୍ ବୁକ୍ ଚାଟିଙ୍ଗ ସଭିଏଁତ ବିଜି
କାହାକୁ ସମୟ ନାହିଁ
ଜେଜେ ଓ ଜେଜେମା ଗାଁରେ ଗଡନ୍ତି
କେତେ ଅପାରଗ ହୋଇ
ଆଗ ବରଡାତ ହସିଯେ କହୁଛି
ତଳ ବରଡାକୁ ଚାହିଁ
ମଝି ବରଡାତ ବୁଝାଇ କହୁଛି
ଆମେ ଯିବା ଶେଷ ହୋଇ।।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା