ଚିଟଫଣ୍ଡ, ଫାଇଲିନ, ତିତଲୀ ବାତ୍ୟାର କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦାବିରେ ସ୍ମାରକପତ୍ର ପ୍ରଦାନ…

ରାମନାଗୁଡ଼ା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଚାଷୀ ସଂଗଠନ ପକ୍ଷରୁ ୯ ଦଫା ଦାବି ନେଇ ରାଜ୍ୟପାଳ ଉଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି|ସେହିପରି ଶତାଧିକ ଚାଷୀ ରାମନାଗୁଡ଼ା ହନୁମାନ ମନ୍ଦିର ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ | ଶୋଭାଯାତ୍ରା ବେଳେ ନବୀନ ସରକାରଙ୍କ ବିଫଳତା ଓ ମାଇକ୍ରୋ ଫାଇନାନ୍ସ ଚିଟଫଣ୍ଡ, ଫାଇଲିନ ଓ ତିତଲୀ ବାତ୍ୟାର କ୍ଷତିଗ୍ରସ୍ତ ଙ୍କୁ କ୍ଷତିପୂରଣ ଯୋଗାଇବାରେ ବିଫଳ ହୋଇଥିବା ନେଇ ବିଭିନ୍ନ ସ୍ଲୋଗାନ ଦେଇଥିଲେ| ବରିଷ୍ଠ କଂଗ୍ରେସ ନେତା ତଥା ଚାଷୀ ଲକ୍ଷ୍ମୀ ନାରାୟଣ ନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ବ୍ଲକର ବିଭିନ୍ନନା ଅଂଚଳର ଚାଷୀ ଯୋଗ ଦେଇଥିଲେ|ସେମାନଙ୍କ ଦାବି ଥିଲା ଯେ ତିତଲୀ ରେ କ୍ଷତିଗ୍ରସ୍ତ ଚାଷୀ ଙ୍କୁ ଶୀଘ୍ର କ୍ଷତିପୁରଣ, ଫାଇଲିନ ବାତ୍ୟାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଅର୍ଥ ପ୍ରଦାନ ସହ ଚାଷୀଙ୍କ ଯେଉଁ ଚେକ ବାଉନସ ଅର୍ଥ ପ୍ରଦାନ, ଗୋଟିଏ ବ୍ୟକ୍ତିଙ୍କ ନାମରେ ଦୁଇଟି ଇନ୍ଦିରା ଆବାସ ତଦନ୍ତ କରାଯିବା ସହ ପ୍ରକୃତ ଗରିବଙ୍କୁ ଇନ୍ଦିରା ଆବାସ ପ୍ରଦାନ, ଚିଟଫଣ୍ଡ ଦୁର୍ନୀତି ଟଙ୍କା ଫେରସ୍ତ, ଗୁଣୁପୁର ହଟି କଲଚର ଚାରା ଦୁର୍ନୀତିରେ ତଦନ୍ତ କରାଯିବା ସହ ଚାଷୀଙ୍କୁ ଚାରା ଯୋଗାଇବା, ଚାଷୀଙ୍କ ଋଣ ସମ୍ପୂର୍ଣ ଛାଡ, ପ୍ରକୃତ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ, ବୃଦ୍ଧ ବୃଦ୍ଧାଙ୍କୁ ୩୦୦ ଟଙ୍କା ବଦଳରେ ୧୦୦୦ ଟଙ୍କା ଯୋଗାଇ ଦେବା, ପଟ୍ଟା ଜାଗା ନଥିବା ଲୋକଙ୍କୁ ସରକାରୀ ଜାଗା ଯୋଗାଇ ଦେବା ସହ ଇନ୍ଦିରା ଆବାସ ପ୍ରଦାନ ଆଦି ୯ ଦଫା ଦାବି ପତ୍ର ବିଡ଼ିଓ ସୁଧାକର ରଇତଙ୍କୁ ପ୍ରଦାନ କରାଯାଇଥିଲା | ସେହିପରି ତହସିଲ କାର୍ଯ୍ୟାଳୟରେ ତହସିଲଦାର ଜୟନ୍ତୀ ମଲ୍ଲିକଙ୍କୁ ଦାବି ପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରେରଣ କରାଯାଇଥିଲା |

ରିପୋର୍ଟ : ତୁଷାର ରଞ୍ଜନ ସାହୁ