ଫେରିବ କି ସେଇ ବିଶ୍ୱାସ…..

ତୁଚ୍ଛା ସାମାଜିକ ସମ୍ମାନକୁ
ପୁଞ୍ଜି କରି କେତେ ଦିନ ଚାଲିଥିବ
ଏମିତି ଏକ ଦାମ୍ପତ୍ୟ ଜୀବନ
ସମୟ ଟା ସବୁ ଠିକ କରିଦେବ,
ଠିକ କରିଦେବ, ଫେରାଇ ଆଣିବ
ହଜିଲା ଯୌବନ ଭୁଲିଯିବ ସବୁ ଅଘଟଣ
ଫେରି ଆସିବ ଦାମ୍ପତ୍ୟ ସମ୍ପର୍କ
ଯହୁଁ ଯହୁଁ ସରି ଯାଉଛି ସମୟର ଆୟୁଷ
ମାସ ପରେ ମାସ ବର୍ଷ ପରେ ବର୍ଷ,
କମେ ନାହିଁ ବଢିଯାଏ ବ୍ୟବଧାନ
କିଏ ଜାଣେ ଛିଡି ଯାଇଥିବା ସମ୍ପର୍କର ଗୁଡି
କେବେ ପୁଣି ଫେରିବ ହାତକୁ,
ଅନୁତାପ ଯଦି ପାପର ପ୍ରାୟଶ୍ଚିତ
ସେ ତ କଲାଣି ପାପ ଠାରୁ ଢେର ଅଧିକ,
ଭୁଲ ର ପୁନରାବୃତ୍ତି ନ ହେବା ପାଇଁ
ପ୍ରତିଶ୍ରୁତି ସହ ପ୍ରତିଜ୍ଞା
ସବୁ ଅନୁନୟ ବିନୟ ସତ୍ତ୍ୱେ
ଅଚଳ ଅଟଳ
ଥରେ ଯଦି କରିପାରିଲ
ସୁଯୋଗ ମିଳିଲେ
ଆଉଥରେ ନ କରିବ କିଆଁ-
ଦାମ୍ପତ୍ୟ ଜୀବନ ଗୋଟେ ପ୍ରତିଶୃତି ରେ ବନ୍ଧା
ଏ ନିଆଁ ଲଗା ଆଇନି
କରିଦେଲା ହିନୀମାନି
ଆଇନି ସିନା କରିଦେଲା ଅପରାଧ ମୁକ୍ତ
ପାରିଲାକି ଦୂର କରି
ହୃଦୟରୁ ମନରୁ
ଭଲପାଇବା ସମର୍ପଣ ଭିତରେ
ରହିଯାଇଥିବା ଶୁନ୍ୟସ୍ଥାନ।
ଲେଖକ : ତପସ୍ୱିନୀ ଦାଶ,ବାରିପଦା,ମୟୁରଭଞ୍ଜ।