ଭାରତ ବର୍ଷ ବୈକୁଣ୍ଠର ପ୍ରାଙ୍ଗଣ ଥିଙ୍କର୍ଶ୍ କ୍ଲବର ୭୫ତମ ଆଲୋଚନା ଚକ୍ର

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଭାରତ ବର୍ଷ ଆଧ୍ୟାତ୍ମିକଗଗନରେ ଉଜ୍ବଳ ଜ୍ୟlତିଷ୍କ ଥିଲେ ଯୋଗଜନ୍ମା ପୁରୁଷ ସଦଗୁରୁ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ l ତାଙ୍କର ପରିବାର ରେ ନାମ ଥିଲା ନଳିନୀକାନ୍ତ ଭଟ୍ଟାଚାର୍ଯ୍ୟ l ଭାରତ ବର୍ଷ ବୈକୁଣ୍ଠ ର ପ୍ରାଙ୍ଗଣ ବୋଲି ସ୍ବାମୀ ଶଙ୍କରାନନ୍ଦ ସରସ୍ଵତୀ ଥିଙ୍କର୍ଶ୍ କ୍ଲବ ର ୭୫ ତମ ଆଭlଶି ଆଲୋଚନାରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଥିଲେ l ଶ୍ରୀ ନିଗମାନନ୍ଦ ଙ୍କ ଜୀବନୀ, ନିର୍ବିକଳ୍ପ ସମାଧି ପ୍ରାପ୍ତ, ଉତ୍ତର କାଶୀ ହିମାଳୟ ର ମହନୀୟତା ,ସାଧନା ମାର୍ଗ ଆଦି ବିଷୟରେ କହିଥିଲେ l ଥିଙ୍କର୍ଶ କ୍ଳବ୍ ର ସଭାପତି ଶ୍ରୀ ବରଦା ଦାସ ଶ୍ରୀ ନିଗମାନନ୍ଦ ସାରସ୍ଵତ ଆଶ୍ରମ ,ପୁରୀ ର ଅଧ୍ୟକ୍ଷ ସ୍ବାମୀ ଶଙ୍କରାନନ୍ଦ ସରସ୍ଵତୀ ଙ୍କ ବକ୍ତବ୍ୟ ଆଜିର ଯୁଗରେ ବେଶ୍ ତାତ୍ପର୍ଯ୍ୟ ପୂର୍ଣ୍ଣ ଥିଲା ବୋଲି କହିଥିଲେ l ଯିଜ୍ଞାସୁ ଭାବେ ସର୍ବଶ୍ରି ବିଶପ ଡି ବି ହୃଦୟ, ମୀୟାମlର ରୁ ବିନୋଦ ମହାନ୍ତି,ମଧ୍ୟପ୍ରଦେଶ ରୁ କବି ଡ ରଜତ ଶତପଥୀ, ନୂଆଦିଲ୍ଲୀ ରୁ ଚିତ୍ତ ରଂଜନ ଶତପଥୀ ବିଭିନ୍ନ ପ୍ରଶ୍ନ ପଚାରି ବୁଝି ଥିଲେ l ପ୍ରଫେସର ଉମାଶଙ୍କର ମିଶ୍ର, ଇ ସିରିଶ ସାହୁ,ବେଙ୍ଗlଲୁରରୁ ସାମ୍ବାଦିକ ଗୋବିନ୍ଦ ବାରିକ ଆଦି ବହୁ ଶ୍ରୋତା ଜୁମ୍ ଲିଙ୍କ ଓ ୟୁ ଟ୍ୟୁବ୍ ରେ ଅଂଶ ଗ୍ରହଣ କରିଥିଲେ l ଥିଙ୍କର୍ଶ କ୍ଲବ ସଭାପତି ବରଦl ଦାସ ଜଣାଇଛନ୍ତି I