ଗରିବ ମହିଳାଙ୍କ ଚିଟଫଣ୍ଡ ଟଙ୍କା ଫେରାନ୍ତୁ ୫ଟି ସଚିବ : ପ୍ରକାଶ ସ୍ୱାଇଁ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) କେତେଦିନ ପରେ ପାଟି ଖୋଲିଲେ ହିଞ୍ଜିଳିକାଟୁ ପୌରାଞ୍ଚଳର ପୂର୍ବତନ ଉପାଧ୍ୟାକ୍ଷ୍ୟ ପ୍ରକାଶ ଚନ୍ଦ୍ର ସ୍ୱାଇଁ I ଏକ ପ୍ରେସ ଇସ୍ତାହାରରେ କହିଛନ୍ତି, ଯେଉଁ ଫାଇଭ୍ ଟି ସଚିବ କାର୍ତ୍ତିକେୟ ପାଣ୍ଡିଆନ ବାବୁ ସାରା ରାଜ୍ୟରେ‌ ବୁଲି ବୁଲି ଓଡିଶା ବାସୀଙ୍କର ସେବା କରିବା ପାଇଁ ଦିନ ରାତି ଏକ କରିଦେବାର ବିଷୟକୁ ହସିହସି କହୁଛନ୍ତି, ସେହି କାର୍ତ୍ତିକେୟ ପାଣ୍ଡିଆନ ଫାଇଭ୍ ଟି ସଚିବ ବାବୁ ପଂଝାବ ସରକାରଙ୍କ ଠାରୁ ଏପରି ସେବା ଓଡିଶା ବାସୀଙ୍କୁ ଯୋଗେଇ ଦେବାର ଶିଖିବା ଉଚିତ ହେବ । କାରଣ ଫାଇଭ୍ ଟି ସଚିବ‌ ଓଡିଶାର ମହିଳା ମାନଙ୍କୁ ନାରୀ ସଶକ୍ତି କରଣ କରାଇ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହେବାର ବାର୍ତ୍ତା ଦେଉଛନ୍ତି,ସେହି ମହିଳା ମାନଙ୍କ ମଧ୍ୟରୁ ପ୍ରାୟ ୯୦ % ପ୍ରତିଶତ ମହିଳା ନିଜ ନିଜର ଝାଳପୋଛା ଧନ ଏହି ବହୁ ଚର୍ଚ୍ଚିତ ଓଡିଶାର ଚିଟଫଣ୍ଡ କେଳେଙ୍କାରୀରେ ଶୀକାର ହେଇ ସର୍ଵସ୍ବାନ୍ତ ହୋଇଛନ୍ତି । ତେଣୁ ଫାଇଭ୍ ଟି ସଚିବ କାର୍ତ୍ତିକେୟ ପାଣ୍ଡିଆନ ବାବୁ ସତରେ ଯଦି ନିଜର ଆନ୍ତରିକତାର ସହ ସେବା ଯୋଗାଇ ଦେଇ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଚାହୁଁଛନ୍ତି, ତାହେଲେ ଓଡିଶା ସରକାର ଯେଉଁ ଚିଟଫଣ୍ଡ କମ୍ପାନୀ ମାନଙ୍କର ସମସ୍ତ ଲକ୍ଷାଧିକ କୋଟି ଟଙ୍କାକୁ ଜବତ କରି ନିଜ ପାଖରେ ରଖିଛନ୍ତି, ତାହା ଚିଟଫଣ୍ଡ ଜମାକାରୀ ମହିଳା ମାନଙ୍କୁ ଫେରେଇବା ସକାଶେ କାର୍ତ୍ତିକେୟ ପାଣ୍ଡିଆନ ବାବୁ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ । ତାହେଲେ ଫାଇଭ୍ ଟି ସଚିବ କାର୍ତ୍ତିକେୟ ପାଣ୍ଡିଆନ ବାବୁ ଯେଉଁ ରାଜ୍ୟବାସୀଙ୍କର ସେବା କରିବା କଥା କହି ବୁଲଛନ୍ତି,ତାହା ସତ ବୋଲି ପ୍ରମାଣିତ ହେବ ।ଏହା କରି ନପାରିଲେ ଜଣେ ଧୋକାବାଜୀ ବୋଲି ପ୍ରମାଣିତ ହେବ । ତେଣୁ ଦୁଃଖ ଦୁର୍ଦଶାରେ ସଢ଼ୁଥିବା ଆଖିର ଲୁହ ସୁଖି ନ ଥିବା ସେଇ ଜମାକାରୀ ମହିଳାମାନେ ନିଜର କଷ୍ଟ ଅର୍ଜିତ ଧନକୁ କିଛି ଅଧିକା ସୁଧ ମିଳିବା ଆଶାରେ ତଥାକଥିତ ଚିଟଫଣ୍ଡ ସଂସ୍ଥାରେ ଜମାକରି ସର୍ବସ୍ୱାନ୍ତ ହୋଇଛନ୍ତି ସେମାନଙ୍କ ପଇସା ଫେରାଇବାରେ ଫାଇବ ଟି ସଚିବ ପଦକ୍ଷେପ ନେଲେ ବଡ ଧରଣର ସେବା ହେବ ବୋଲି ହିଞ୍ଜିଳିକାଟୁ ପୌରାଞ୍ଚଳର ପୂର୍ବତନ ଉପାଧ୍ୟାକ୍ଷ୍ୟ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଦାବି କରିଛନ୍ତି I