ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟଶାଖାରେ ୪ଟି ଏଟିଏମ ଖରାପ ଯୋଗୁଁ ଗ୍ରାହକଙ୍କ ନାହିଁ ନ ଥିବା ହଟହଟା

ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟଶାଖାରେ ଏବେ ୪ଟି ଏଟିଏମ ମେସିନ ଖରାପ ହୋଇ ଯାଇଥିବା ଯୋଗୁଁ ଗ୍ରାହକମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି I ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟଶାଖା ଛତ୍ରପୁର ପକ୍ଷରୁ ବହୁବାର ଏଟିଏମ ସେବା ବ୍ୟାହତ ହେଉଥିବା ନେଇ ଗ୍ରାହକଙ୍କ ଠାରୁ ଅଭିଯୋଗ ଆସୁଛି । ଗତକାଲି ମେଇନ ବ୍ରାଞ୍ଚକୁ ଟଙ୍କା ଉଠାଇବା ପାଇଁ ଯାଇ ଗ୍ରାହକ ସେବା ପାଇବାରେ ବଞ୍ଚିତ ହୋଇ ନିରାଶ ହୋଇ ଘରକୁ ଫେରିଥିବା କୁହାଯାଇଛି । ଉକ୍ତ ମେଇନ ବ୍ରାଞ୍ଚରେ ପାଞ୍ଚଟି ମେସିନ ଥିବାବେଳେ ସେଥିରୁ କେବଳ ଗୋଟିଏ ମେସିନ କାମ କରୁଥିଲା । ଗୋଟିଏ ମେସିନକୁ ପ୍ରବଳ ଭିଡ଼, ଗ୍ରାହକମାନେ ଗରମ ଗୁଳିଗୁଳିରେ ଛିଡାହୋଇ ଅସ୍ତ ବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଥିଲା । ଷ୍ଟେଟ ବ୍ୟାଙ୍କ ଅଧିକାରୀମାନେ ଏଥିପ୍ରତି ଧ୍ୟାନଦେଇ ବିହିତ ପ୍ରତିକାର କରିବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଅଛି । ପ୍ରକାଶ ଥାଉକି, ଛତ୍ରପୁର ଅଗ୍ରହାରାମ ସାହି ନିକଟରେ ମେଇନ ବ୍ରାଞ୍ଚ ଅବସ୍ଥାପିତ ଥିବା ବେଳେ ମଝିବଜାର କୋର୍ଟ ଷ୍ଟେସନ ସାହି ଗଳି ମୁହଁରେ ଏଟିଏମ କାଉଣ୍ଟରରେ ଦୁଇଟି, ବଜାର ବ୍ରାଞ୍ଚ କାଉଣ୍ଟରରେ ଦୁଇଟି, ମୁଖ୍ୟ ରେଳଷ୍ଟେସନ ନିକଟରେ ଗୋଟିଏ କାଉଣ୍ଟର ରହିଛି । ଏହି ସବୁ କାଉଣ୍ଟର ମାନଙ୍କରେ ଏଟିଏମ ସେବା ପାଇବାରେ ବହୁବାର ଗ୍ରାହକ ହନ୍ତସନ୍ତ ହୋଇ ନିରାଶ ହୋଇ ଫେରୁଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା