ଭାରତୀୟ ଜନତା ଯୁବମୋର୍ଚ୍ଚାର ମିଶ୍ରଣ ପର୍ବ ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଆସ୍କାରୋଡ଼ ମଣ୍ଡଳ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ “କାର୍ଯ୍ୟକର୍ତ୍ତା ସମ୍ମିଳନୀ ସହ ଯୁବମୋର୍ଚ୍ଚାର ଏକ ମିଶ୍ରଣ ପର୍ବ” ଆସ୍କା ରୋଡ଼ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଚନ୍ଦନ ସାହୁଙ୍କ ସଭାପତିତ୍ବରେ ସ୍ଥାନୀୟ ଶାର୍ଗୁଣା ସାହି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସ୍କା ରୋଡ଼ ମଣ୍ଡଳ ବିଜେପି ସଭାପତି ଭାବଗ୍ରାହୀ ପାଳ, ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ସମ୍ମାନୀୟ ଅତିଥି ଭାବେ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର, ସୋମନାଥ ପାତ୍ର,ବିଜେପି ଜିଲ୍ଲା ଉପସଭାପତି ତଥା ଆସ୍କା ରୋଡ଼ ମଣ୍ଡଳ ପ୍ରଭାରୀ ରାମ କୁମାର ପାତ୍ର,ଡ଼ା.ସୁବାଷ ସାହୁ,ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ଗଙ୍ଗାଧର ଶତପଥି,ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ ଶତପଥି,ଡ଼ି. କରୁଣାକର,ରଞ୍ଜିତା ବେହେରା,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ ପ୍ରମୁଖ ମଞ୍ଚାସୀନ ରହି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗ ଦର୍ଶନ କରିଥିଲେ । ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଏହି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିବା ସହ ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଉପଢ଼ୌକନ ଦେଇ ଦଳରେ ସ୍ୱାଗତ କରିବା ସହ ଜଣେ ଜଣେ ଶୃଙ୍ଖଳିତ ସୈନିକ ହିସାବରେ ଦଳୀୟ ନୀତି ନିୟମ ମାନି ଦଳକୁ ଆଗକୁ ବଢ଼ାଇବା ପାଇଁ ସହାୟକ ହୁଅନ୍ତୁ ବୋଲି ପରାମର୍ଶ ଦେବା ସହ ମାର୍ଗ ଦର୍ଶନ କରିଥିଲେ । ଏହା ସହ ଯୁବମୋର୍ଚ୍ଚା ସଭାପତି ଚନ୍ଦନ ସାହୁ ଆଜି ତାଙ୍କ ନୂତନ ଯୁବମୋର୍ଚ୍ଚା କମିଟି ଘୋଷଣା କରିଛନ୍ତି । ଯୁବମୋର୍ଚ୍ଚା ଉପସଭାପତି – ସାହିଲ ସାହୁ,ବିଶାଲ ସାହୁ,ସାଧାରଣ ସମ୍ପାଦକ – ରବି ନାରାୟଣ ବେହେରା, ସମ୍ପାଦକ – ମୋନଜ ବେହେରା,ମହେନ୍ଦ୍ର ସାହୁ,ବିଚିତ୍ର ପାଢ଼ୀ,ସନ୍ତୋଷ ମହାରଣା, କୋଷାଧ୍ୟକ୍ଷ – ଅନିଲ ମାହାଙ୍କୁଡ଼,ମଣ୍ଡଳ ଯୁବମୋର୍ଚ୍ଚା ପ୍ରଭାରୀ – କିଶୋର ସାହୁଙ୍କ ସମେତ ମଣ୍ଡଳ କାର୍ଯ୍ୟକାରିଣୀ ଘୋଷଣା କରିଛନ୍ତି । ଆଜିର ଏହି ଯୁବମୋର୍ଚ୍ଚା ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା ପାଳ,ବରିଷ୍ଠ କୃଷକ ନେତା ରାଜେଶ କୁମାର ସାହୁ,ମାତା ପ୍ରସାଦ ନାୟକ,ଜିଲ୍ଲା ଯୁବମୋର୍ଚ୍ଚା ସଂଯୋଜକ କମଲ ପାତ୍ର ଉପସ୍ଥିତ ଥିଲେ।

ରିପୋର୍ଟ : ନିମାଇ ଚରଣ ପଣ୍ଡା