ଭାଜପାର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ରବିବାର ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲଟିର ୧୩ନଂ ୱାର୍ଡ ନନ୍ଦିକାଠାରେ ଭାଜପାର ଦୁଇ ଦିନିଆ ନଗର ମଣ୍ଡଳୀ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଜିଲା ଭାଜପା ସଭାପତି ଉମାକାନ୍ତ ମହାପାତ୍ର ଯୋଗ ଦେଇ ତୃଣମୂଳ ସ୍ତରରେ କର୍ମୀମାନଙ୍କୁ ୨୩ ସୂତ୍ରୀ କାର୍ଯ୍ୟକ୍ରମ ସଂପର୍କରେ ପ୍ରଶିକ୍ଷଣ ଦେବା ସହିତ କେନ୍ଦ୍ର ପ୍ରଦାନ କରୁଥିବା ବିଭିନ୍ନ ଯୋଜନା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀ ପୌରହିତ୍ୱ କରିଥିବା ବେଳେ ଜିଲ୍ଲା ମୁଖ୍ୟ ସଂଯୋଜକ ପର୍ଶୁରାମ ପରିଡା, ଜିଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ବ୍ଲକ ସଂଯୋଜକ ବସନ୍ତ କୁମାର ବାରିକ୍‌. ବରିଷ୍ଠ ଭାଜପା ନେତା ଅରୁଣ ବେଜ, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ଅନନ୍ତ ଦାସ, ସିଦ୍ଧାର୍ଥ ଶଙ୍କର ପାଳ, ସୁମତୀ ଦେ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଯୁବମୋର୍ଚ୍ଚା ନଗର ସଭାପତି ରବିନ୍ଦ୍ର ପାତ୍ର ମଞ୍ଚ ଆହ୍ୱାନ, ଆଦିତ୍ୟ ପାତ୍ର ଅତିଥି ପରିଚୟ କରିଥିବା ବେଳେ ହେମନ୍ତ ଦାସ, ବନମାଳୀ ଧଳ, ନନ୍ଦନ ଦତ୍ତ, ବିକାଶ ଧର, ସୁଶାନ୍ତ କୟାଲ, ଭରତ ଧଳ, ଅକ୍ଷୟ ପାତ୍ର, ଅରୁଣ ଦାସ, ରାଜୀବ ଘୋଷ, ପ୍ରହ୍ଲାଦ ପାଣିଗ୍ରାହୀ, ଗଦାଧର ସିଂ, ବରେନ୍ଦ୍ର ପରିଡା, ସେଖ୍ ସୁଲତାନ, ଗୌରୀ ଶଙ୍କର ପ୍ରମାଣିକ, ମହେଶ୍ୱର ସେନାପତି, ରଞ୍ଜନ ପାତ୍ର, ବିନୋଦ ଦତ୍ତ, ସଂଜୀବ ପ୍ରଧାନ, ଅଞ୍ଜନ ଦାସ, ଗୋପିନାଥ ଧଳ, ବାଂକବିହାରୀ ଦାସ, ମୁକ୍ତରାମ ପାତ୍ର, ନଗେନ୍ଦ୍ର ପାତ୍ର, ଦେବବ୍ରତ ପାଣିଗ୍ରାହି ପ୍ରମୁଖ ପରିଚାଳନା କରିଥିଲେ ।