ଅପମିଶ୍ରିତ ପେଟ୍ରୋଲ ବିକ୍ରିକୁ ନେଇ ଉତ୍ତେଜନା : ଅଧିକାରୀଙ୍କ ନମୁନା ସଂଗ୍ରହ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧି ଯୋଗୁଁ ଖାଉଟି ଆଥିକ ବୋଝ ସହୁ ଥିବାବେଳେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ଅପମିଶ୍ରୀତ ପେଟ୍ରୋଲ ବିକ୍ରି ଚିନ୍ତା ବଢାଇଛି । ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲଟିର ବାସନ୍ତି ପଡିଆସ୍ଥିତ ପାର୍ବତୀ ଗ୍ୟାସୋଲିନ୍ ପେଟ୍ରୋଲ ପମ୍ପରେ କିରୋସିନୀମିଶା ପେଟ୍ରୋଲ ବିକ୍ରିକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ପଥରପୁର ଅଂଚଳର ଜନୈକ ଯୁବକ ଏକ ବୋତଲରେ ପେଟ୍ରୋଲ ନେଇସାରିବ ପରେ ତାହା କିରୋସିନି ଗନ୍ଧ ବାହାରିଥିଲା । ପେଟ୍ରୋଲ ଓ ଡିଜେଲ ଭତ୍ତି ପାଇଁ ଉପସ୍ଥିତ ଥିବା ଖାଉଟିମାନେ ତାହା ଦେଖି ପେଟ୍ରୋଲ ପମ୍ପର ମାଲିକଙ୍କୁ ପଚାରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । କିଛି ସମୟପରେ ଜଳେଶ୍ୱର ପୋଲିସ୍ ଆସି ସେହି ପେଟ୍ରୋଲର ନମୁନା ସଂଗ୍ରହ କରିବା ସହ ପରିସ୍ଥିତିକୁ ଶାନ୍ତ କରିଥିଲେ । ଅଭିଯୋଗ ପରେ ଆଜି ରବିବାର ଅପରାହ୍ନରେ ଅତିରିକ୍ତ ଯୋଗାଣ ଅଧିକାରୀ ଅଜୟ କୁମାର ମଲ୍ଲିକ, ମାର୍କେଟିଂ ଇନିସ୍‌ପେକ୍ଟର ଦୀପକ ମାଝୀ, ସେଫ୍‌ଟି ଅଫିସର ସୁନିଲ କୁମାର ଓ ଯୋଗାଣ ବିଭାଗର ମାନସ କୁମାର ମଣ୍ଡଳ ପ୍ରମୁଖ ପେଟୋଲ ପମ୍ପରେ ପହଞ୍ଚି ମାନ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରି ଭୂବନେଶ୍ୱର ପଠାଇଥିବା ଜଣାଯାଇଛି ।