ଭଞ୍ଜନଗର ଏନ.ଏ.ସି ପକ୍ଷରୁ ବୃକ୍ଷରୋପଣ କାଯ୍ୟକର୍ମ ଅନୁଷ୍ଠିତ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ଏନ.ଏ.ସି ପକ୍ଷରୁ ବୃକ୍ଷ ରୋପଣ କାଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ୩୧୦ ଚାରା ରୋପଣ କରାଯାଇଥିବା ବେଳେ ଆଜି ଟାଉନ ହଲ, ବେଲଗୁଣ୍ଠା ରୋଡ, MCC ନିକଟସ୍ଥ ଫିଶେରି ଠାରେ ମୋଟ ୧୧୦ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗ ଦେଇ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଘୁମୁସର ବନାଞ୍ଚଳ DFO ସତ୍ୟ ରଞ୍ଜନ ବେହ୍ରୁରା, ଉତ୍ତର ଘୁମୁସର ବନଖଣ୍ଡ DFO ଅଭୟ କୁମାର ଦଲାଇ, ଏମ.ମୋତିଲାଲ, ଏନ.ଏ.ସି କାଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ, ସ୍ୱଚ୍ଛ ସାଥି, ବନପାଳ, ବନରଖୀ, ବନାଞ୍ଚଳ ଅଧିକାରୀ ଓ ଏନ.ଏ.ସି କର୍ମଚାରୀ ମାନେ ଯୋଗ ଦେଇଥିଲେ । କାଯ୍ୟକର୍ମକୁ ସମାଜ ସେବୀ ଶୂଳପାଣି ଶତପଥି ସଂଯୋଜନା କରିଥିଲେ ।