ବସରେ କୋଭିଡ଼୍ ନିୟମ ତଦାରଖ କଲେ ଭଞ୍ଜନଗର ଉପଜିଲ୍ଲାପାଳ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ତହସିଲଦାର ଆଲୋକ କୁମାର ପ୍ରଧାନ ଆଜି ବିଭିନ୍ନ ଯାନବାହନରେ ଯାତ୍ରୀ ମାନେ କୋଭିଡ଼ ନିୟମ ଠିକ ଭାବେ ପାଳନ କରୁଛନ୍ତି କି ନାହିଁ ସେ ନେଇ ଯାଞ୍ଚ କରିଛନ୍ତି । ଭୁବନେଶ୍ୱର ଯାଉଥିବା କିଛି ବସରେ ଉପଜିଲ୍ଲାପାଳ ଯାଞ୍ଚ କରିଥିଲେ । ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ଲାଗି ଯାତ୍ରୀମାନଙ୍କୁ ସଚେତନ କରିବା ସହ ନିୟମକୁ କଡାକଡି ପାଳନ ନ କଲେ ଜରିମାନା ଦେବାକୁ ପଡ଼ିବ ବୋଲି ବସ ଡ୍ରାଇଭର ଓ କର୍ମଚାରୀକୁ ତାଗିଦ ମଧ୍ୟ କରିଥିଲେ । ବର୍ତ୍ତମାନ କୋରନା କଟକଣା ଲାଗୁ ହୋଇଥିଲେ ମଧ୍ୟ ସରକାର ଯାନବାହନ ଚଳାଚଳକୁ ଅନୁମତି ପ୍ରଦାନ କରିଛନ୍ତି ଏବଂ କୋଭିଡ଼ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ଆଜି ଉପଜିଲ୍ଲାପାଳ ଓ ତହସିଲଦାର ବିଭିନ୍ନ ଘରୋଇ ବସ ଓ ବସ କର୍ମଚାରୀଙ୍କ ଦ୍ୱାରା ନିୟମ କିପରି ଭାବରେ ପାଳନ ହେଉଛି ସେ ନେଇ ଯାଞ୍ଚ କରିଥିଲେ ।