ବ୍ୟାଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ୧୦ ଅକ୍ସିଜେନ କନସେନଟ୍ରେଟର୍ ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଡିଆରଡିଏ କାର୍ଯ୍ୟାଳୟରେ ବୁଧୁବାର ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୧୫ ଲିଟର ବିଷିଷ୍ଠ ୧୦ଟି ଅକ୍ସିଜେନ କନସେନଟ୍ରେଟର୍ ବ୍ୟାଙ୍କର ରିଜନାଲ ହେଡ୍ ଅମୀୟ ନାୟକ, ରିଜନାଲ ହେଡ (ସେଲସ୍‌) ମନୋଜ ଦାସ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ଏହି ଅକ୍ସିଜେନ କନସେନଟ୍ରେଟର ଡିଆରଡିଏ ପିଡି ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଅବସରରେ ଛତ୍ରପୁର ବ୍ୟାଙ୍କ ଶାଖାର ପରିଚାଳକ ଲକ୍ଷ୍ମୀ ନାରାୟଣ ନାୟକ, ଉପ ଶାଖା ପରିଚାଳକ ବାଳକୃଷ୍ଣ ସାହୁ, ଆସିଷ୍ଟାଣ୍ଡ ମ୍ୟାନେଜର ସୁଭେନ୍ଦୁ ବେହେରା, ବ୍ରହ୍ମପୁର ମୁଖ୍ୟ ଶାଖା ପରିଚାଳକ ପତିତପାବନ ପାଢୀ, ମେଡିକାଲ ବ୍ରାଞ୍ଚ ଶାଖା ପରିଚାଳକ କେ. ପ୍ରବୀଣ କୁମାର, ବଡ ବଜାର ଶାଖାର ପରିଚାଳକ ଅଶୋକ ବିଷୋୟୀ, ଗୋସାଣି ନୁଆଗାଁ ଶାଖା ପରିଚାଳକ ସୁର୍ଯ୍ୟ ଶତପଥି ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା