ଏକ ଦୁଃଖଦ ମୁହୂର୍ତ୍ତରୁ…..ମୁହଁରେ ହସ ! ମନରେ ବିଷ !!….

ମଣିଷ ଏକାକୀ ଜନ୍ମ ହୋଇ ଏକାକୀ ମୃତ୍ୟୁବରଣ କରୁଥିବା ଶିକ୍ଷା କାହାକୁ ଦେବା ଆବଶ୍ୟକ ନୁହେଁ । କାରଣ ଏହା ଆମ ପରିପାଶ୍ୱର୍ିକ ପରିସ୍ଥିତିରୁ ଅନୁଧ୍ୟାନ କରି ଶିଖିଥିବା, ଦେଖିଥିବା ଏକ ଦେହସୁହା ଘଟଣାବଳୀର ଅଂଶବିଶେଷ । ଜନ୍ମ ହେବାପରେ ମା\’ କୋଳରେ ବଢି, ବାପାଙ୍କ ସାନିଧ୍ୟ ଲାଭ କରି ପରିବାର ସ୍ୱଜନଙ୍କ ଶ୍ରଦ୍ଧା ଆଉ ଆନ୍ତରିକତାରେ ଭରପୁର ଜୀବନ, ଯୌବନରେ ସ୍ତ୍ରୀ ପ୍ରାପ୍ତି ହୋଇ ଶେଷରେ ଜନ୍ମିତ ପୁତ୍ର ସନ୍ତାନ ହାତରୁ ମୁଖାଗ୍ନିରେ ନିସ୍ତାର ମଣିଷ ଜୀବନରେ ଅନେକ କିଛି ଘଟଣ, ଅଘଟଣ ପାର କରି ବିଲୀନ ହୋଇଯାଏ ଶରୀର ଆମର ସେହି ପ୍ରକୃତି କୋଳରେ ଯିଏ ଆମକୁ ଦିନେ ଜନ୍ମ ଦେଇଥିଲା । ଏତିକି ହିଁ ମଣିଷ ଜୀବନର ସବୁଠାରୁ ଅଧିକ ମୂଲ୍ୟବୋଧତା, ବଂଚିଥିବା ମଧ୍ୟରେ ନିଜର ପ୍ରବାହିତ ଚରିତ୍ରରେ ଅନ୍ୟକୁ ସନ୍ତୁଷ୍ଟ, ମୋହିତ କରିପାରେ ଯିଏ ମରିବା ପରେ ପ୍ରଶଂସା ପାଇଥାଏ, ଏବଂ ଅସାମାଜିକ, ଅନୈତିକ କାର୍ଯ୍ୟରେ ଲିପ୍ତ ଅମାନବୀୟ ଚରିତ୍ର ପ୍ରବାହ କରୁଥିବା ମଣିଷଟି ମୃତ୍ୟୁ ପରେ ଅନ୍ୟମାନଙ୍କ ଦ୍ୱାରା ନିନ୍ଦିତ ହୋଇଥାଏ । ମୃତ୍ୟୁ ପରବର୍ତ୍ତୀ ନିନ୍ଦା, ପ୍ରସଂସାର କୌଣସି ଅନୁଭବ ସମ୍ପୃକ୍ତ ମଣିଷ ପାଇଁ ରହୁନଥିବା ଏକାନ୍ତ ସତ୍ୟ ହୋଇଥଲେ ମଧ୍ୟ ତାହା ସେହି ବ୍ୟକ୍ତିର ଛାଡି ଯାଇଥିବା ପରିବାର ପ୍ରତି ଏକ ସଂଚିତ ସମ୍ପତ୍ତି ସଦୃଶ୍ୟ ହୋଇଥାଏ । ଥରେ ମୃତ୍ୟୁ ହେବାପରେ ପୁନର୍ବାର ସେହି ପରିବାରରେ ଜନ୍ମ ନେଇ ନୂତନ ଜୀବନ ଆରମ୍ଭ କରାଯିବା ଭଳି ଘଟଣା ଆଜି ପର୍ଯ୍ୟନ୍ତ ସୃଷ୍ଟି ଆରମ୍ଭରୁ କେହି ଦେଖିନାହାନ୍ତି, ଜାଣିନାହାନ୍ତି । ତଥାପି ଶେଷ ସମୟ ପର୍ଯ୍ୟନ୍ତ ଉପସ୍ଥିତ ପରିବାର ସହିତ ମଣିଷର ସଂଶ୍ଳୀଷ୍ଟତା, ଆନ୍ତରିକତାର ସୀମା ନଥାଏ । ଆଉ ସେହି ପରିବାର ସହିତ ଯୋଡିହୋଇ ରହିଥିବା ମଧ୍ୟରେ ମଣିଷ ଦୈନନ୍ଦିନ ଜୀବନରେ କେତେଯେ ଅନୁଭୂତି ପାଇଥାଏ ତାହାର ମଧ୍ୟ ସୀମା ନାହିଁ । ସେହି ଅନୁଭୂତି ଗୁଡିକୁ ନେଇ କେତେଯେ ସ୍ୱାଭିମାନ, ରାଗ ରୋଷ, ସ୍ନେହ ମମତା, ଆନ୍ତରିକତା, ଭାବପ୍ରବଣତା, ଅଧିକାର ସାବ୍ୟସ୍ତ ପୂର୍ବକ ସାନଙ୍କୁ ସ୍ନେହ, ବଡଙ୍କୁ ସମ୍ମାନ ପ୍ରଦାନ କରି ସମୟ କଟିଯାଏ ପ୍ରତ୍ୟେକ ଦିନର ଜଣାପଡେ ନାହିଁ । ଆନନ୍ଦମୟ ଦୈନନ୍ଦିନ ଜୀବନରେ କୌଣସି ଅଘଟଣ କିମ୍ବା ପାରିବାରିକ ଅସନ୍ତୋଷ ଜନକ ପରିସ୍ଥିତି ମଣିଷ ମନକୁ ଦୋହଲାଇ ଦେଇଥାଏ ଯାହାର ସ୍ମରଣରେ ମଣିଷ ଦୁଃଖୀ ହୋଇପଡେ । ଠିକ ସେହିଭଳି କେତେକ ଦୁଃଖଦ ପରିସ୍ଥିତି ମଣିଷ ଜୀବନରେ ଆସିଥାଏ ଯାହାର ସମାଧାନ କାଠିକର ପାଠ ହୋଇଯାଏ ସମ୍ପୃକ୍ତ ମଣିଷ ପାଇଁ । ଜନ୍ମଦାତ୍ରୀ ମାତାଙ୍କ ଠାରୁ ଆରମ୍ଭ କରି ମୁଖାଗ୍ନି ଦେବାକୁ ଥିବା ଜନ୍ମିତ ପୁତ୍ର ସନ୍ତାନ ହେଉକି କନ୍ୟା ପର୍ଯ୍ୟନ୍ତ ବାସ୍ତବିକ ଦୁନିଆରେ କେହି କାହାର କିଛି ନୁହନ୍ତି ! ଏହି ପାରିବାରିକ ବନ୍ଧନ କେବଳ ଏକ ମାନବିକ ସଭ୍ୟ ସମାଜର କୃତ୍ରିମ ଉଦ୍ଧୃତି ଯାହା ଅନ୍ୟାନ୍ୟ ପ୍ରାଣୀଜଗତରେ ଦେଖିବାକୁ ମିଳେନାହିଁ । ତଥାପି ଅନ୍ୟାନ୍ୟ ପ୍ରାଣୀ ମାନେ ମଧ୍ୟ ଗୋଷ୍ଠବଦ୍ଧ ହୋଇ ରହିଥା\’ନ୍ତି ଯାହା ସେମାନଙ୍କର ଗୋଟିଏ ପରିବାର ସଦୃଶ୍ୟ ହୋଇଥାଏ । କିନ୍ତୁ କୌଣସି ସମ୍ପର୍କର ସଜ୍ଞା କାର୍ଯ୍ୟ କରିନଥାଏ ସେମାନଙ୍କ ସମାଜରେ । ଜଣେ ଅନ୍ୟ ଜଣଙ୍କ ସହିତ କେବଳ ବନ୍ଧୁ ଭଳି ବ୍ୟବହାର କରିଥା\’ନ୍ତି । ମଣିଷ କିନ୍ତୁ ଅଧିକ ଚାଲାକ ହେତୁ ପାରିବାରିକ ସମ୍ପର୍କକୁ ସୁଦୃଢ଼ କରି ପରିପାଶ୍ୱର୍ିକ ପରିସ୍ଥିତି ହେତୁ ନିଜକୁ ସାମାଜିକ ସୁରକ୍ଷା ଦିଗରୁ ସମ୍ପର୍କ ସ୍ଥାପନ କରିଥାଏ ଯାହା ଅନ୍ୟାନ୍ୟ ପ୍ରାଣୀମାନେ ନିଜେହିଁ ନିଜର ସୁରକ୍ଷା କରିଥା’ନ୍ତି । ହେଲେ ମଣିଷର ଏହି ସମ୍ପର୍କ ଭାବଧାରା ମଧ୍ୟରୁ ଉଦ୍ଧୃତ ହୁଏ ଅନ୍ୟ ଏକ ଚରିତ୍ର ଯାହାକୁ କୁହାଯାଏ ସ୍ୱାର୍ଥ । ପୁଣି ସେହି ସ୍ୱାର୍ଥରୁ ଉଦ୍ଧୃତ ଅନ୍ୟ ଏକ ଚରିତ୍ର ପ୍ରବାହ କରିଥାଏ ମଣିଷ ଯାହା ହୁଏ ଇର୍ଷା । ତେଣୁ ଏହି ଦୁଇ ଚରିତ୍ର ଆଗରେ କୌଣସି ସମ୍ପର୍କ କାମ କରେନାହିଁ ଯାହା ସାଧାରଣରେ ବୁଝିବା କଷ୍ଟ ! ପରିବାର ମଧ୍ୟରେ ନିଜସ୍ୱ ସ୍ୱାର୍ଥ ଦୃଷ୍ଟିକୋଣରୁ କିଏ କାହାପ୍ରତି କେଉଁ ଭାବଧାରା ରଖି କିଭଳି ବ୍ୟବହାର କରିଥା’ନ୍ତି ସେଗୁଡିକୁ ସାଧାରଣରେ ମଣିଷ ବୁଝିପାରି ନଥାଏ । ଅନେକ ସମୟରେ ଏମିତି ଦେଖିବାକୁ ମିଳେ, କୌଣସି ଗୋଟିଏ ଉନ୍ନତ୍ତ ଶାନ୍ତିପୂର୍ଣ୍ଣ ପରିବାର ମଧ୍ୟରେ ସବୁଥାଇ କିଛି ନଥିବା ଭଳି ରହୁଥା\’ନ୍ତି ଘରର ସଦସ୍ୟ ବୃନ୍ଦ । କାରଣର ଉତ୍ତର ଅନ୍ୱେଷଣରେ ସମସ୍ତେ ଲାଗିପଡ଼ିଲେ ମଧ୍ୟ ବୁଝିବା କଷ୍ଟ ହୋଇଥାଏ ସେମାନଙ୍କ ପାଇଁ ! କାରଣ ଉପଯୁକ୍ତ ଚରିତ୍ର, ଚେହେରା ପରିସ୍ଥିତିକୁ ନେଇ କିଏ କେତେବେଳେ କାହାପ୍ରତି କେଉଁ ଭାବଧାରା ରଖି ରହିଥା\’ନ୍ତି ଘର ଭିତରେ ସେସବୁ ବୁଝି ସମାଧାନର ବାଟ ଖୋଜି ସମାପ୍ତ କରିବା ଜ୍ଞାନ ବହିର୍ଭୁତ ନିର୍ବୋଧ କେତେ ଶିକ୍ଷା, କ୍ଷମତା ଥିଲେ ମଧ୍ୟ ସେଗୁଡିକୁ ବୁଝିବା ଏତେ ସହଜ ନୁହେଁ ଯିଏ ମୁହଁରେ ହସ, ମନରେ ବିଷ ଚରିତ୍ର ପ୍ରବାହ କରିଥାଏ ଘର ଭିତରେ ରହି ! ଗୋଟିଏ ଘରର ପାରିବାରିକ ସମ୍ପର୍କ ମଧ୍ୟରେ କିଏ କେତେବେଳେ କାହାପ୍ରତି ଏମିତି ବ୍ୟବହାର କାହିଁକି କରିବ ବୁଝିବା ଅତ୍ୟନ୍ତ ଜଟିଳ ହୋଇଥିଲେ ମଧ୍ୟ ଅସମ୍ଭବ ନୁହେଁ ! କିନ୍ତୁ ତାହା ଜାଣିବା ପାଇଁ ପ୍ରଖର ଅନ୍ତର୍ଜ୍ଞାନର ଆବଶ୍ୟକ ଯାହା ଅଧିକାଂଶ ମଣିଷଙ୍କ ପାଖରେ ଅଭାବ ରହିଛି । ସ୍ୱାର୍ଥାନ୍ଧ ଭାବଧାରା ବିଶିଷ୍ଟ ମଣିଷ ନିଜର ସ୍ୱାର୍ଥ ଦୃଷ୍ଟିରୁ ଅନ୍ୟମାନଙ୍କ ପ୍ରତି ଈର୍ଷାନ୍ୱିତ ଭାବ ପୋଷଣ କରି ସେମିତି ଚରିତ୍ର ପ୍ରବାହ କରିଥା’ନ୍ତି ଯାହା ଗୋଟିଏ ହସଖୁସିର ପରିବାରକୁ ଉଜାଡ଼ିଦେଇ ସମସ୍ତଙ୍କ ମନ ମଧ୍ୟରେ ବିଷ ଭରି ଦେଇଥାଏ । ତେଣୁ ଏହିଭଳି ପରିସ୍ଥିତିକୁ ମୁକାବିଲା କରିପାରିବା କ୍ଷମତା ବିହୀନ ମଣିଷ ଜୀବନସାରା ହନ୍ତସନ୍ତ ହୋଇ ବଞ୍ଚିବ ଛଡା ଅନ୍ୟ ଉପାୟ ଖୋଜି ବାହାର କରି ପାରୁନଥିବା ଭଳି ଏକ ଦୁଖଦଃ ପରିସ୍ଥିତିର ସମାଧାନ ଥିଲେ ମଧ୍ୟ ସାଧାରଣ ମଣିଷ ତାହାର ମୁକାବିଲା କରିବାରେ ଅସମର୍ଥ ହେତୁ ବହୁତ ପରିବାର ଆଜି ଦୁଃଖମୟ ଅବସ୍ଥାରେ ବଂଚୁଥିବା ଲକ୍ଷ କଲେ ଜାଣିହେବ । ଅଥବା ନିଜକୁ ନିଜେ ପଚାରି ବୁଝି ନିଜ ପରିସ୍ଥିତି ସହିତ ଯୋଡି ଦେଖିଲେ ଲେଖାଟିର ଉପଯୁକ୍ତତା ଜାଣି ହେବ ବୋଲି ଆମ ବିଚାରରେ ଆପଣଙ୍କ ମତବ୍ୟକ୍ତ କରିବେ ବୋଲି ଆଶା………..!

ପଙ୍କଜ କୁମାର ପାଣିଗ୍ରାହୀ ।
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.