ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଓ ଲୋକସେବା ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ପ୍ରବାଦ ପୁରୁଷ, ଇନ୍ଦୋନେସିଆର ଭୁମିପୁତ୍ର, ସ୍ୱାଭିମାନୀ ତଥା ନିର୍ଭିକ ବିଜୁ ବାବୁଙ୍କର ଜନ୍ମ ଦିବସକୁ ଆମ ରାଜ୍ୟରେ ପଞ୍ଚାୟତରାଜ ଓ ଲୋକସେବା ଦିବସ ଭାବେ ପାଳନ କରାଯାଇ ଆସୁଛି । ୯୦ ଦଶକରେ ତ୍ରୀସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ଆରମ୍ଭ କରି ସେ ଇତିହାସ ସୃଷ୍ଟି କରିଛନ୍ତି । ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ବିଡିଓ ଦିପ୍ତିରଂଜନ ସେଠୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ବିଧାୟକ ଅଶ୍ୱିନୀ ପାତ୍ର ଯୋଗ ଦେଇ ଜଣେ ବିକାଶ ପୁରୁଷ ଓ ଓଡିଶାର ସ୍ୱାଭିମାନ ରକ୍ଷା ଲାଗି ତାଙ୍କ ପ୍ରଚେଷ୍ଟା ଅନସ୍ୱୀକାର୍ଯ୍ୟ । ଲୋକଙ୍କୁ କ୍ଷମତା ପ୍ରଦାନ, ପଞ୍ଚାୟତରାଜ ବ୍ୟବସ୍ଥାରେ ୩୩ ପ୍ରତିଶତ ମହିଳାଙ୍କ ଲାଗି ସଂଗ୍ରକ୍ଷଣ ଓ ସରପଂଚ ହିଁ ଗାଁର ପ୍ରଧାନମନ୍ତ୍ରୀ ତଥା ଓଡିଶାର ବହୁବିଧ ବିକାଶ କରିବା ସହିତ ଜଣେ ଦକ୍ଷ ପାଇଲଟଭାବେ ଇନ୍ଦୋନେସିଆର ନେତା ସୁକର୍ଣ୍ଣଙ୍କୁ ଉଦ୍ଧାର, ଚୀନ ସୀମାରେ ଭାରତୀୟ ସୈନୀକଙ୍କୁ ଖାଦ୍ୟ ପ୍ରଦାନ ତାଙ୍କର ଯୁଗାନ୍ତକାରୀ ପଦକ୍ଷେପ ହେବାଲି କହିଥିଲେ । ତାଙ୍କୁ ପୁତ୍ର ତଥା ମୁଖ୍ୟମନ୍ତ୍ରୀ ଏବେ ବହୁବିଧ ବିକାଶ କାର୍ଯ୍ୟ କରିବା ସହିତ ସମ୍ବିଧାନରେ ଅହିଂସା ଶବ୍ଦର ପ୍ରୟୋଗ, ମହିଳାଙ୍କ ଲାଗି ୫୦ପ୍ରତିଶତ ସଂଗ୍ରକ୍ଷଣ ଓ ଓଡିଶାର ୫୧ହଜାର ଗାଁର ବିକାଶ ଲାଗି ତାଙ୍କର ପ୍ରଚେଷ୍ଟା ସଂପର୍କରେ କହିଥିଲେ । ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ତାଙ୍କୁ ଜଣେ ବିରଳ ନେତାଭାବେ ପ୍ରତିପାଦନ କରି ନିର୍ଭିତ ଓ ସ୍ୱାଭାମିନ ଜୀବନର ବ୍ରତ ବୋଲି କହିଥିଲେ । ଜାତୀ ଓ ମା ମାଟି ପାଇଁ ତାଙ୍କର କାର୍ଯ୍ୟ ପ୍ରଶଂସନୀୟ । ଅନ୍ୟମାନଙ୍କ ମଧ୍ୟରେ ହରେକୃଷ୍ଣ ଗିରି, ମନୋଜ କୁମାର ମୁଣ୍ଡ ଓ ମାୟାଧର ମଲ୍ଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବିଭିନ୍ନ ପଂଚାୟତର ସରପଂଚ ଓ ସଦସ୍ୟମାନେ ଯୋଗ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫାରେନ୍ସିଙ୍କରେ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ଦିବ୍ୟାଙ୍କ ସୁମତୀ ପରିଡା, ଗୟାମଣି ଦାସ, ମାଦେତା ଖାତୁନଙ୍କୁ ୩ଚକିଆ ସାେଇକେଲ ବଣ୍ଟନ କରାଯାଇଥିଲା । ସକାଳେ ଜଳେଶ୍ୱର ମହିଳା ମହାବିଦ୍ୟାଳୟ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ଶ୍ରୀ ପାତ୍ର ପୁଷ୍ପର୍ଘ ଅର୍ପଣ କରିଥିଲେ । ତାଙ୍କ ସହିତ ଯୁବନେତା ପ୍ରତିପ ପ୍ରଧାନ, ବ୍ରଜମୋହନ ପ୍ରଧାନ, ଭୂପତି ମିର୍ଦ୍ଧା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।