ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ବିଜୁ ଜୟନ୍ତି ପାଳିତ ଓ ରକ୍ତଦାନ ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସ୍ୱର୍ଗତ ବିଜୁ ବାବୁଙ୍କର ୧୦୫ ତମ ଜୟନ୍ତୀ ଆଜି ଜଳେଶ୍ୱର ବ୍ଲକର ସୁଗୋ ରାଜୀବ ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜଳେଶ୍ୱର ବ୍ଲକ ବିଜେଡି ସଭାପତି ଭୂପତି ମିର୍ଦ୍ଧା ପୌରହିତ୍ୱ କରିଥିଲେ । ବିଧାୟକ ଅଶ୍ୱିନୀ ପାତ୍ର, ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ସମବାୟବିତ୍ ମାନସ କୁମାର ଜେନା, ପ୍ରତୀପ କୁମାର ପ୍ରଧାନ, ହରେକୃଷ୍ଣ ଗିରି, ଯତିର୍ମୟ ଆଚାର୍ଯ୍ୟ, ମଧୁସୂଦନ ସେନାପତି, ମଧୁସୂଦନ ଦତ୍ତ, ଭବତାରଣ ପରିଡା, ଅନନ୍ତ ରାଉଳ, ବିନ୍ଦୁବାଳା ନନ୍ଦି, ବିଦ୍ୟାଧର ମଲ୍ଲିକ, ଅନାଦି ଦାସ, ଗିରିଜା ମହାନ୍ତି, ସତ୍ୟଶୋଭନ ମିଶ୍ର, ଦିନେଶ ଜେନା ପ୍ରମୁଖ ବିଜୁବାବୁଙ୍କ କର୍ମନିଷ୍ଠା, ସ୍ୱାଭିମାନ, ମହିଳାଙ୍କ ପ୍ରତି ସମ୍ମାନ, ଗ୍ରାମାଭିମୁଖୀ ବଜେଟ୍ ଓ ଓଡିଆ ପ୍ରିତୀ ସଂପର୍କରେ ବକ୍ତବ ରଖିଥିଲେ । ଏହି ଅବସରରେ ଆୟୋଜିତ ଏକ ରକ୍ତଦାନ ଶିବିରକୁ ପୂର୍ବତନ ଅତିରିକ୍ତ ପୋଲିସ୍ ସୁପରିଟେଣ୍ଡେଣ୍ଟ ସୁମନ ଦତ୍ତ ଓ ଜୀବନବିନ୍ଦୁର ସଂଯୋଜକ ମଧୁସୂଦନ ସେନାପତି ଉଦ୍‌ଘାଟନ କରିଥିଲେ । ଡା. ମହେଶ କୁମାର ବିଶ୍ୱାଳ, ବିଜୟ କୁମାର ପଟ୍ଟନାୟକ, ସ୍ୱାତିସୁଚରିତା ରାଜ, କ୍ଷୀରୋଦ କୁମାର ବେହେରା, ହରିଶ୍ଚନ୍ଦ୍ର ମହାନ୍ତି ରକ୍ତ ଗ୍ରହଣରେ ସହାୟତା କରିଥିଲେ । କାର୍ଯ୍ୟକ୍ରମକୁ ଚନ୍ଦନ କର, ରାସବିହାରୀ ରଣା, କାଳିଚରଣ ଦାସ, ଦିନେଶ ଜେନା, ଭଗିରଥ ଚନ୍ଦ, ଗୌତମ ସାହୁ, ଉଜ୍ଜଳ ଗିରି, ଦାମୋଦର ପ୍ରଧାନ, ସମିର ଚାନ୍ଦ, ବ୍ରିଜେଶ ରଣା, ମମତା ହୁଇ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ମୋଟ ୫୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।