ଓଷ୍ଟା ଜଳେଶ୍ୱର ମଣ୍ଡଳର ସାମ୍ବିଧାନିକ ସମ୍ମିଳନୀ : ‘ଶିକ୍ଷାର ସାମାଜିକ ପ୍ରତିବଦ୍ଧତା ନ ରହିଲେ ବିକାଶ ଅସମ୍ଭବ’…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ଶିକ୍ଷାରେ ସାମାଜିକ ପ୍ରତିବଦ୍ଧତା ରହୁନଥିବାରୁ ଅଭିଭାବକ ମହଲରେ ଆଦ୍ରୋତ ହୋଇ ପାରୁନାହିଁ ବୋଲି ଆଜିର ଓଷ୍ଟ ଜଳେଶ୍‌ବର ମଣ୍ଡଳର ସାମ୍ବିଧାନିକ ସମ୍ମିଳନୀରେ ଆୟୋଜିକ ବୈଠକରେ ଆମ ଭାଷା ଓ ଶିକ୍ଷା ଶୀର୍ଷକ ଆଲୋଚନା ଚକ୍ରରେ ମତପ୍ରକାଶ ପାଇଛି । କୋଭିଦ୍‌-୧୯ର ସଂକ୍ରମଣ ଯୋଗୁଁ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ବିଳମ୍ବରେ ବସିଥିବା ବେଳେ ଆଜିର ବୈଠକରେ ଜଳେଶ୍ୱର ମଣ୍ଡଳର ସଭାପତି ସୁନୀଲ କୁମାର ନାୟକ ପୌରହିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ଓଷ୍ଟାର ପୂର୍ବତନ ସଭାପତି ଇନ୍ଦୁ ମାଧବ ମହାନ୍ତି ସାମ୍ପ୍ରତିକ ଓଡିଆ ଭାଷା ପ୍ରତି ମମତା କମିକମି ଆସୁଥିବା ଦୁଃଖ ଦାୟକ ବୋଲି କହିଥିଲେ । ବଂଗଳା ଭାଷାର ବହୁ ପୂର୍ବରୁ ସମ୍ଭବତଃ ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦିରୁ ଚତୁର୍ଦ୍ଦଶ ମଧ୍ୟରେ ଓଡିଆ ଭାଷା ଓ ଲିପି ବିକାଶ ଘଟିଥିବା ବେଳେ ଏବେ ଶିକ୍ଷା କେବଳ ତଥ୍ୟଗତ ଭାବରେ ତାର ପ୍ରତିଷ୍ଠା ଜାହିର କରୁଛି । କିନ୍ତୁ ମାତୃଭାଷାର ମାନସିକ ଶିକ୍ଷା ଓ ବିକାଶ ଘଟୁନଥିବାର ସେ କହିଥିଲେ । ରାଜନୈନିକ ଇଚ୍ଛାଶକ୍ତି ଅଭାବରୁ ଓଡିଆ ଭାଷାର ଶିକ୍ଷାଦାନ ଅଦ୍ୟାବଧି ସମ୍ଭବ ହୋଇ ନାହିଁ । ଶିକ୍ଷା କେବଳ ଅର୍ଥ ରୋଜଗାରର ମାଧ୍ୟମ ସାଜିଛି । ତେଣୁ ସାମାଜିକ ପ୍ରତିବଦ୍ଧତାରେ ଶିକ୍ଷକ ଶିକ୍ଷାର ବିକାଶ ନିମନ୍ତେ ପ୍ରଚେଷ୍ଟା ଜାରି ରଖିବା ଉଚିତ୍ ବୋଲି କହିଥିଲେ । ଓଷ୍ଟାର ପୂର୍ବତନ ରାଜ୍ୟ ଯୁଗ୍ମ ସଂପାଦକ ଅକ୍ଷୟ କୁମାର ମିଶ୍ର ମୁଖ୍ୟବକ୍ତାଭାବେ ଯୋଗ ଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ବେଳେ ୩୭ଟି ହାଇସ୍କୁଲ ଥିବା ବେଳେ ଏବେ ୯ହଜାର ଓ ସେତେବେଳେ ୭ ହଜାର ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ଏବେ ୬୦ହଜାର ପ୍ରଥମିକ ବିଦ୍ୟାଳୟ ରହିଥିବା ପ୍ରକାଶ କରିଥିଲେ । କିନ୍ତୁ ଏବେ ସଢେଇକଳା, ଖରସୁଆଁବାସୀ ଓଡିଆ ଜାଣିଥିବା ବେଳେ ରାଜ୍ୟରେ ରହିନପାରିବା ଓ କୋଟିଆରେ ଶତାବ୍ଦିର ଯନ୍ତ୍ରଣା ରାଜ୍ୟର ବୁଦ୍ଧିଜିବୀ ମହଲରେ ଆଲୋଡନ ସୃଷ୍ଟି କରିଛି । ଭାରତ ୧୯୪୭ ଓ ଚୀନ ୧୯୪୮ରେ ସ୍ୱାଧୀନ ହୋଇଥିବା ବେଳେ ଚୀନ ବହୁ ଆଗରେ ରହିଥିବା ସେ କହିଥିଲେ । ହୃଦୟକୁ ହୃଦୟ ସହ ଯୋଡିବାଲାଗି ଓଡିଆ ଭାଷାର ବିକାଶ ହେଲେ ମା ମାଟିର ବିକାଶ ହୋଇ ପାରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଓଷ୍ଟା ସଭାପତି ବାଦଲ ଚନ୍ଦ୍ର ପାତ୍ର, ସଂପାଦକ ମନୋରଂଜନ ଦାସ, ଯୁଗ୍ମ ସଂପାଦକ ରାଜେନ୍ଦୁ ବିକାଶ ପାତ୍ର, ନିରଞ୍ଜନ ଦାସ, ଉପସଭାପତି ଅସିତ୍ କୁମାର ଦାସ, ଶଶାଙ୍କ ଶେଖର ମହାନ୍ତି, ହରିପଦ ଭୂୟାଁ, ବଂଶୀଧର ବାରିକ, ମନୋରଂଜନ ଦତ୍‌, ବନ୍ଦିତା ମହାପାତ୍ର, ଲକ୍ଷ୍ମୀଧର ମୁଦୁଲି, ସୁଦର୍ଶନ ପ୍ରଧାନ ପ୍ରମୁଖ ଏଥିରେ ବକ୍ତବ୍ୟ ରଖିଥିଲେ । ସରୋଜ କୁମାର ପାଣିଗ୍ରାହୀ ବେଦପାଠ କରିଥିବା ବେଳେ ଭାରପ୍ରାପ୍ତ ସଂପାଦକ ଡ. ଅଜିତ୍ କୁମାର ମହାନ୍ତି ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ବିଦ୍ୟାପତି ଦେ ଓ ହରେକୃଷ୍ଣ ଜେନାଙ୍କ ସଂଯୋଜନାରେ ଛାତ୍ରୀମାନେ ଉଦ୍‌ଘାଟନୀ ସଂଗୀତ ଗାନ କରିଥିଲେ । ଶେଷରେ ହାଇସ୍କୁଲ ପ୍ରଧାନ ଶିକ୍ଷକ କୁଞ୍ଜବିହାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।