ବେଗୁନିଆପଡ଼ାରେ ବ୍ୟାପକ ଚୋରା ମଦ କାରବାର : ବିପୁଳ ମଦ ପ୍ୟାକେଟ ସହ ୩ ଗିରଫ …

ବେଗୁନିଆପଡା (ସମୃଦ୍ଧ ଓଡିଶା) ବେଗୁନିଆପଡା ଓ ତାର ଆଖ ପାଖ ଅଞ୍ଚଳରେ ଚୋରା ମଦ କାରବାର ଥମିବାର ନା ଧରୁନାହିଁ  । ଅବକାରୀ ବିଭାଗ ଓ ପୋଲିସର ବାରମ୍ବାର ଧରପଗଡ଼ ସତ୍ୱେ ମଦ କାରବାର ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଗତକାଲି ଅର୍ଥାତ ସୋମବାର ବିଳମ୍ବିତ ରାତିରେ ପୋଲିସ ହାତରେ ଲାଗିଛି ଆଉ ଏକ ସଫଳତା । ମୁଣ୍ଡୁଳା, ଚନ୍ଦନପୁର, ଓ ପଳାସପଲି ଠାରେ ମଦ ଆଡା ଚାଲିଥିବା ଖବର ପାଇ ବେଗୁନିଆପଡା ପୋଲିସ ଚଢ଼ାଉ କରି ମଦ ଜବତ କରିବା ସହିତ ୩  ଜଣଙ୍କୁ ଗିରଫ କରିଛି | ସେମାନେ ହେଲେ ପ।ଣ୍ଡା ଗୌଡ଼,ରାମକୃଷ୍ଣ ମହାନ୍ତି, ଇନ୍ଦ୍ରଜିତ ନାହାକ ।ସେମାନଙ୍କୁ ଗିରଫ କରିବା ସହ ୧୦୮୦ ଲିଟର ମଦ ସହ ସେମାନେ ବ୍ୟବହାର କରୁଥିବା ଗାଡି ଅ।ପାଚି ନମ୍ବର OD-07Z 5508କୁ ମଧ୍ୟ ଜବତ କରିଛି । ସମସ୍ତଙ୍କୁ କେଶ ନମ୍ବର ୧୨୧,୧୨୨ ଓ ୧୨୩ ରେ କୋର୍ଟ ଚାଲାଣ କରିଥିବା ଫାଣ୍ଡି ଅଧିକାରୀ ଦିପ୍ତୀ ରଂଜନ ବେହେରା କହିଛନ୍ତି ।

ରିପୋର୍ଟ : ହରପ୍ରସାଦ ବିଷୋୟୀ