ଅବସର ପ୍ରାପ୍ତ ଶିକ୍ଷକ ନେତା ବିକ୍ରମ ତ୍ରିପାଠୀଙ୍କ ଦେହାନ୍ତ : ଶିକ୍ଷକ ମହଲରେ ଶୋକର ଛାୟା…

ବୁଗୁଡ଼ା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ଜନୈକ ଆଦର୍ଶ ଶିକ୍ଷକ ତଥା ସୁଦକ୍ଷ ଶିକ୍ଷକ ସଂଗଠକ ବିକ୍ରମ କେଶରୀ ତ୍ରିପାଠୀଙ୍କ  ୮୫ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସ୍ୱର୍ଗତ ତ୍ରିପାଠୀ ତାହାଙ୍କ କନିଷ୍ଠ ପୁତ୍ର ସୁଶାନ୍ତଙ୍କ ବୁଗୁଡ଼ା ସ୍ଥିତ ବାସଭବନରେ ରହିଆସୁଥିଲେ l ଗତ ୨୬ ତାରିଖ ଦିନ ସେ ହଠାତ୍ ହୃଦ୍ ଯନ୍ତ୍ରଣା ଭୋଗିବାରୁ ସଂଗେସଂଗେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଅକ୍ସିଜେନ ଲାଗିଥିବା ଅବସ୍ଥାରେ ହିଁ ତାଙ୍କର ପରଲୋକ ହୋଇଯାଇଥିଲା l ନିଜସ୍ୱ ବାସସ୍ଥାନ ସଦାଶିବ ପୁର ଶାସନ ଶ୍ମସାନରେ ତାଙ୍କ ଶେଷ କୃତ୍ୟ ସମାପନ କରାଯାଇଛି । ସ୍ବର୍ଗତ ତ୍ରିପାଠୀଙ୍କ ଦେହାନ୍ତ ସମୟରେ ତାଙ୍କର ଧର୍ମପତ୍ନୀ, ଦୁଇ ପୁତ୍ର ହେମନ୍ତ, ସୁଶାନ୍ତ ଓ ପୁତ୍ର ବଧୂ ନାତି ନାତୁଣୀ ଉପସ୍ଥିତ ଥିଲା ବେଳେ ଜ୍ୟେଷ୍ଠ ପୁତ୍ର ବସନ୍ତ ଓଡିଶା ବାହାରେ ରହୁଥିବାରୁ ଆସିପାରିନଥିଲେ l ସେ ସେବା ନିବୃତ୍ତ ଶିକ୍ଷକ ଟ୍ରଷ୍ଟର ଜଣେ ସକ୍ରିୟ ସଦସ୍ୟ ଆଉ “ଶିକ୍ଷକ ସୌରଭ” ସମ୍ମାନରେ ସମ୍ମାନୀତ ହୋଇଥିଲେ l ତାହାଙ୍କ ବିୟୋଗରେ ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟ ପକ୍ଷରୁ ସଭାପତି ବିଶ୍ୱ ମୋହନ ମିଶ୍ର, କର୍ଯ୍ୟକାରୀ ସଭାପତି ହରେକୃଷ୍ଣ ପାତ୍ର,ଉପସଭାପତି ବିପିନ ବିହାରୀ ପଟ୍ଟନାୟକ, ସଂପାଦକ ପ୍ରକାଶ ଚନ୍ଦ୍ର ରଥ, ଯୁଗ୍ମ ସଂପାଦକ ଗୌରୀପତି ଦାଶ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ନାୟକ, ଉପଦେଷ୍ଟକ ନନ୍ଦ କିଶୋର ମିଶ୍ର ତଥା ସଂଘର ସମସ୍ତ ସଦସ୍ୟ ସଦସ୍ୟା ଶୋକ ପ୍ରକାଶ  କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି l
ରିପୋର୍ଟ: ଡ଼ଃ କୁମୁଦ ଚନ୍ଦ୍ର ବେହେରା